Advertisment

ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ଜଙ୍ଗଲ ନିଆଁ, ଏବେ ସୁଦ୍ଧା ଗଲାଣି ୮୯ ଜୀବନ

୧୪ଶହ ଲୋକଙ୍କୁ ସ୍ଥାନାନ୍ତର, ପୋଡ଼ିଯାଇଛି ୨ ହଜାର ଘର । ଆପାତକାଳୀନ ପରିଚାଳନାରେ ତ୍ରୁଟି ଅଭିଯୋଗ କରିଛନ୍ତି ଲୋକେ ।

author-image
Prangyan Parimita
ଅଦ୍ୟତନ ହୋଇଛି
America Fire

America Fire

ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ନିଆଁରେ ମୃତ୍ୟୁସଂଖ୍ୟା ବଢି ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଜଙ୍ଗଲ ନିଆଁ ଉଗ୍ର ରୂପ ନେଇ ଜନବସତି ଆଗଡୁ ମାଡ଼ି ଆସି ନେଇଛି ଲୋକଙ୍କ ଜୀବନ । ଏବେ ବି ହଜାରେରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ହଜାର ହଜାର ଲୋକେ ଘର ଛାଡ଼ିଥିବା ବେଳେ କେହି କେହି ନିଆଁ କବଳରୁ ରକ୍ଷା ପାଇବା ଲାଗି ସମୁଦ୍ରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି । ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଉଛି।

Advertisment

ନିଆଁର ପ୍ରକୋପ ଏତେ ଯେ ଏହାକୁ ଲିଭାଇବା କଷ୍ଟସାଧ୍ୟ ହୋଇପଡ଼ିଛି । ହାୱାଇ ଦ୍ୱୀପର ଐତିହାସିକ ଲାହିନା ସହର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି । ବେକାବୁ ଜଙ୍ଗଲ ନିଆଁରେ ଛାରଖାର ହୋଇଯାଇଛି ହାୱାଇର ହାୱାଇ ଦ୍ୱୀପ । ଜନବସତିରେ ବି ଭୟଙ୍କର ଅଗ୍ନିକାଣ୍ଡ ଭିଆଇଛି ଅଣାୟତ୍ତ ଅଗ୍ନିଝଡ଼ । ତେବେ ଅନେକ ଲୋକ ଅଗ୍ନିକାଣ୍ଡକୁ ନେଇ ଲୋକଙ୍କୁ ସତର୍କ ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି ।....

ହାୱାଇ ପ୍ରଦେଶର ଗଭର୍ଣ୍ଣରଙ୍କ ସୂଚନା ଅନୁଯାୟୀ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହିନା ସହର ଏବେ ଏପରି ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି । ଏହାକୁ ପୁଣି ଥରେ ଛିଡ଼ା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି ।

Advertisment

ନିଆଁ କେବେଠୁ ଲାଗିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଗତ ୮ ତାରିଖରେ ହାୱାଇ ଜଙ୍ଗଲରେ ଲାଗିଥିବା ନିଆଁ କ୍ରମଃଶ ବ୍ୟାପିଥିବା ଅନୁମାନ କରାଯାଉଛି । ଏଥିସହ ସାମୁଦ୍ରିକ ପବନ ଯୋଗୁ ଏହି ନିଆଁ ବ୍ୟାପିବାରେ ଲାଗି ଭୟଙ୍କର ରୂପ ଧାରଣ କରିଛି।

Wildfires
Advertisment
Advertisment