Advertisment

Series accident in Bhubaneswar: ରାଜଧାନୀରେ ସିରିଜ ଦୁର୍ଘଟଣା; ୨ଟି ଟ୍ରକକୁ ପଛପଟୁ ପିଟିଲା ବଡ଼ କଣ୍ଟେନର

ବିଳମ୍ବିତ ରାତିରେ ପାତ୍ରପଡା ଓଭର ବ୍ରିଜ ଉପରେ ଜାତୀୟ ରାଜପଥ ୧୬ରେ କଣ୍ଟେନର ଷ୍ଟିଅରିଂ ଫେଲ୍ ହେବାରୁ ସାମ୍ନାରେ ଯାଉଥିବା ୨ଟି ଟ୍ରକକୁ ପଛପଟୁ ଧକ୍କା ଦେଇ କଣ୍ଟେନରଟି ଡିଭାଇଡରରେ ପିଟି ହୋଇଛି। ଗୁରୁତର ୨ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଏମ୍ସକୁ ପଠାଇଛି।

ଅଦ୍ୟତନ ହୋଇଛି
Series accident

Series accident

Advertisment

ରାଜଧାନୀରେ ଘଟିଛି ସିରିଜ ଦୁର୍ଘଟଣା। ୨ଟି ଟ୍ରକକୁ ପଛପଟୁ ପିଟିଲା ବଡ଼ କଣ୍ଟେନର। ଷ୍ଟିଅରିଂ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ବିଳିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣାରେ ଆହତ ୨ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ଯାଉଥିବା ବସ୍‌ ଓଲଟିଲା, ଥିଲେ ୫୦ ଯାତ୍ରୀ

ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ ୧୬ରେ ଏହି ସିରିଜ ଦୁର୍ଘଟଣା ଘଟିଛି। ପାତ୍ରପଡା ଓଭର ବ୍ରିଜ ଉପରେ କଣ୍ଟେନର ଷ୍ଟିଅରିଂ ଫେଲ୍ ହେବାରୁ ସାମ୍ନାରେ ଯାଉଥିବା ୨ଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ କଣ୍ଟେନରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକର ସାମନା ପାଖ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ଜାତୀୟ ରାଜପଥ ୧୬ରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।

ଏ ସଂକ୍ରାନ୍ତରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଗୁରୁତର ୨ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲକୁ ପଠେଇବା ସହ ଦୁର୍ଘଟଣାଗ୍ରସ୍ତ ୩ ଟ୍ରକକୁ ରାସ୍ତାରୁ ହଟାଇ ଥିଲା। ଯାହା ପରେ ପାଖାପାଖି ୨ ଘଣ୍ଟା ପରେ ସ୍ୱାଭାବିକ ହୋଇଥିଲା ଗାଡ଼ି ଚଳାଚଳ। ଦୁର୍ଘଟଣା ଘଟେଇ ଥିବା ଟ୍ରକ୍ ଟି ମଧ୍ୟପ୍ରଦେଶର ବୋଲି ଜଣା ପଡ଼ିଛି। ତେବେ ଦୁର୍ଘଟଣା ଘଟାଇବା ପରେ କଣ୍ଟେନର ଛାଡି ଡ୍ରାଇଭର ଛୁ ମାରିଛି। ପ୍ରାଥମିକ ତଦନ୍ତରୁ ଷ୍ଟିଅରିଂ ଫେଲ ପାଇଁ ଦୁର୍ଘଟଣା ହେଇଥିବା ପୋଲିସ ସନ୍ଦେହ କରୁଛି।

Advertisment

ଅଧିକ ପଢନ୍ତୁ: କାଳ ସାଜିଲା ଜିପଲାଇନ୍ ଆକ୍ଟିଭିଟି, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ

Bhubaneswar Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ