Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆଖି ବୁଜିଲେ ଯୁବ ବିଧାୟିକା

ଗାଡିରେ ଥିବା BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍‌ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
BRS MLA Death By road accident

BRS MLA killed in road accident

ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ। BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଧାୟିକାଙ୍କ ଗାଡ଼ି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Advertisment

ତେଲେଙ୍ଗାନାର ସାଙ୍ଗରେଡ୍ଡି ଜିଲ୍ଲାର ସୁଲତାନପୁର ଆଉଟର ରିଙ୍ଗ ରୋଡରେ ଆଜି ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗାଡିରେ ଥିବା BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଲସ୍ୟା ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍‌ରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା।

ବିଧାୟିକାଙ୍କ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଯାଇଥିଲା। । ଫଳରେ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜି ଲସ୍ୟା ନନ୍ଦିତାଙ୍କ ପିତା ଜି ସାୟାନ୍ନା ସିକନ୍ଦରାବାଦର କେଣ୍ଟ ସିଟ୍‌ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗ ପରେ ସେ ସିକନ୍ଦରାବାଦରୁ ନିର୍ବାଚନ ମଇଦାନକୁ ଓହ୍ଳାଇଥିଲେ ଓ ବିଜୟୀ ହୋଇଥିଲେ।

Advertisment
Road Accident
Advertisment
Advertisment