Advertisment

Nigeria Boat Capsized: ନଦୀରେ ଓଲଟିଲା ବୋଟ୍; ୨୭ ମୃତ, ଶତାଧିକ ନିଖୋଜ

ନାଇଜର ନଦୀରେ ଓଲଟିଲା ବୋଟ୍। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Boat

Boat

Advertisment

ଉତ୍ତର ନାଇଜେରିଆରେ ବଡ଼ ଅଘଟଣ। ନାଇଜର ନଦୀରେ ଓଲଟିଲା ବୋଟ୍। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି। ସମସ୍ତ ଯାତ୍ରୀ କୋଗି ରାଜ୍ୟରୁ ପଡୋଶୀ ନାଇଜର ରାଜ୍ୟକୁ ଯାଉଥିଲେ। ଏନେଇ ନାଇଜେରର ରାଜ୍ୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିର ମୁଖପାତ୍ର ଇବ୍ରାହିମ ଅଡୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

କୋଗି ରାଜ୍ୟ ଜରୁରୀକାଳୀନ ସେବା ମୁଖପାତ୍ର ସାନ୍ଦ୍ରା ମୋଶାଙ୍କ ଅନୁଯାୟୀ, ଗତକାଲି ଏହି ଅଘଟଣ ଘଟିଛି। ଉଦ୍ଧାରକାରୀ ଟିମ୍ ସନ୍ଧ୍ୟା ସୁଦ୍ଧା ନଦୀରୁ ୨୭ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ସ୍ଥାନୀୟ ବୁଡାଳି ଅନ୍ୟମାନଙ୍କୁ ଖୋଜୁଛନ୍ତି। ଘଟଣାର ପ୍ରାୟ ୧୨ ଘଣ୍ଟା ବିତିଯାଇଥିଲେ ବି ଏଯାଏ କୌଣସି ଜୀବନ୍ତ ବ୍ୟକ୍ତି ମିଳିନାହାନ୍ତି। ତେବେ ବୋଟ୍ ବୁଡ଼ିଯିବାର କାରଣ ଏଯାଏ ସ୍ପଷ୍ଟ ହୋଇନି। କିନ୍ତୁ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ‌ଏଥିରେ କ୍ଷମତାଠାରୁ ଅଧିକ ଲୋକ ରହିଥିଲେ।

ଅଧିକ ପଢନ୍ତୁ: Maharashtra Bus Accident: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍; ୧୦ ଯାତ୍ରୀ ମୃତ

Advertisment

ନାଇଜେରିଆର ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ନାଇଜେରିଆର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସିରେ କାର୍ଯ୍ୟରତ ଦାୟିତ୍ୱରେ ଥିବା ଜଷ୍ଟିନ୍ ଉୱାଜୁରୁନିଙ୍କ କହିବାନୁସାରେ, ଶୁକ୍ରବାର ଏହି ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମର କର୍ମଚାରୀମାନେ ବୁଡିଯାଇଥିବା ବୋଟକୁ ଖୋଜିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଏଭଳି ସାଂଘାତିକ ଘଟଣା ଏକ ଚିନ୍ତାର କାରଣ ପାଲଟିଛି। ଏଠାରେ ଜଳପଥରେ ସୁରକ୍ଷା ବ୍ୟବସ୍ଥା ଏବଂ ନିୟମାବଳୀ କାର୍ଯ୍ୟକାରୀ କରିବାକୁ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି। ଅଧିକାଂଶ ଦୁର୍ଘଟଣା ବୋଟରେ ଅଧିକ ଲୋକ ଓ ବୋଟ୍‌ର ରକ୍ଷଣାବେକ୍ଷଣ ଅଭାବରୁ ଘଟିଥାଏ। ତେବେ ବୋଟ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରି ନିଜ ଅଧିକରୁ ଅଧିକ ଯାତ୍ରୀଙ୍କୁ ନେଇଥାଆନ୍ତି ଚାଳକ। ସେହିପରି ଲାଇଫ୍ ଜ୍ୟାକେଟର ବ୍ୟବହାର ପ୍ରାୟତଃ କରିନଥାନ୍ତି। ଯାହା ଫଳରେ ଏହିପରି ଦୁର୍ଘଟଣା ବାରମ୍ୱାର ଘଟୁଛି।

Advertisment

ଅଧିକ ପଢନ୍ତୁ:କାହିଁକି ହେଉଛି DGP ସମ୍ମିଳନୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା ? 

Boat Capsizes Nigeria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: