Advertisment

ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

author-image
Manoranjan Behera
Drowning Death

Drowning Death

ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ, ୪ ଜଣ ନିଖୋଜ । କୋରାପୁଟ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ହୋଇଛି ଏଭଳି ଅଘଟଣ । ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଥିବା ନେଇ ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଛି ନନ୍ଦପୁର ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍  । ଏଥିସହ ନନ୍ଦପୁର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି ।

Advertisment

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ସୀସା, ଶଶି ରେଖା ଆର୍ଲାବ, ଶାନ୍ତି ସୀସା, ନବିନା ଆର୍ଲାବ ଓ ପୁଷ୍ପାଞ୍ଜଳି ଆରଲାବ ଦେଶୀ ଡଙ୍ଗା ଚଲାଇ ପାତାଳୀ ପଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ଆଉ ସମସ୍ତେ ବୁଡ଼ି ଯାଇଥିଲେ।

ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନି। ତେବେ ଜଣଙ୍କ ମୃତଦେହ ତାନସିଂ ଘାଟ ନିକଟରେ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ ଲାଲ୍‌ମଣି ସୀମା । ନନ୍ଦପୁର ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।

Advertisment
Drowning Death Drowning In River
Advertisment
Advertisment