/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669446007.jpg)
boat capsize
ଶନିବାର ସକାଳୁ ଉତ୍ତରପ୍ରଦେଶର ବାରାଣାସୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ୩୪ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ଗଙ୍ଗା ନଦୀରେ ଓଲଟି ଯାଇଛି । କୃତଜ୍ଞତାର ବିଷୟ ଯେ ସମସ୍ତ ଲୋକଙ୍କୁ ଠିକ୍ ସମୟରେ ନଦୀରୁ ନିଆଯାଇଥିଲା । ମାତ୍ର ତିନି ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗଙ୍ଗା ନଦୀ ଶୀତଳା ଘାଟ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।
ଶନିବାର ସକାଳ ୭.୧୫ ସମୟରେ କେଦାର ଘାଟ ସମ୍ମୁଖରେ ୩୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ପହଞ୍ଚିଥିଲା ଶୀତଳା ଘାଟରେ । ଆଉ ହଠାତ୍ କୌଣସି କାରଣରୁ ଡଙ୍ଗାର ଗୋଟିଏ ପାଖ ଭାଙ୍ଗି ଯାଇଥିଲା । ଫଳରେ ଡଙ୍ଗା ନଦୀରେ ବୁଡ଼ିବାକୁ ଲାଗିଥିଲା । ଏହା ଦେଖି ଡଙ୍ଗା ଚାଳକ ପାଣି ଭିତରକୁ ଡେଇଁପଡି ଯାତ୍ରୀମାନଙ୍କୁ ବିପଦରେ ପକାଇ ଛାଡି ପଳାଇଲା ।
ଏପଟେ ଲୋକଙ୍କ ଚିତ୍କାର ଶୁଣି ଅନ୍ୟ ଡଙ୍ଗା ଚାଳକ ଏବଂ ଘାଟରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତି ଘାଟରେ ପହଞ୍ଚିଥିଲେ । ଜଣଙ୍କ ପରେ ଜଣେ ସମସ୍ତ ୩୪ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
ଏହି ଘଟଣାରେ ହଳେ ଦମ୍ପତିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଗୁରୁତର ମହିଳାଙ୍କୁ କବୀରଚୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଏଚୟୁକୁ ରେଫର୍ କରାଯାଇଛି । ଡଙ୍ଗାରେ ସବାର ଥିବା ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶର ବୋଲି କୁହାଯାଉଛି, ସେମାନେ ସମସ୍ତେ ବାରାଣାସୀ ଯାତ୍ରା କରୁଥିଲେ ।
ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ଡଙ୍ଗାରେ ୩୪ ଜଣ ସବାର ଥିଲେ । ହଠାତ୍ ଡଙ୍ଗା ଭିତରକୁ ପାଣି ପଶିବାକୁ ଲାଗିଲା । ଏହାପରେ ନାବିକ ଡଙ୍ଗାରୁ ପହଁରି ପହଁରି ଫେରାର ମାରିଥିଲା । ଲୋକେ ଭୟରେ ଚିତ୍କାର କରିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ଉଦ୍ଧା କରିବା ପାଇଁ ପହଞ୍ଚି ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)