Advertisment

Black box to reveal reasons: ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ତ୍ରୁଟି, ଗୁମର ଖୋଲିବ ବ୍ଲାକ ବକ୍ସ

ଏୟାର ଇଣ୍ଡିଆ ବୋଇଂ-୭୮୭-ଡ୍ରିମଲାଇନର ବିମାନରେ ଦୁଇଟି ‘ବ୍ଲାକବକ୍ସ’ ଥିଲା। ତେଣୁ ସେଥିରେ ସବୁ ତଥ୍ୟ ରେକର୍ଡ ହୋଇଥିବା ଅନୁମାନ କରାଯାଉଛି। ଯେମିତିକି- ବିମାନ ଉଡ଼ାଣ ଆରମ୍ଭ ବେଳେ ପାଇଲଟ୍ ଓ କ୍ରୁ ମେମ୍ବର କ’ଣ କଥା ହୋଇଥିଲେ ? ଏଟିସିକୁ ପାଇଲଟ୍ କ’ଣ କହିବାକୁ ଚାହୁଁଥିଲେ ?

black box

black box

Advertisment

ମୃତ୍ୟୁର ଉଡ଼ାଣ ପଛର ଗୁମର ଖୋଲିବ କି ବ୍ଲାକ ବକ୍ସ। ଏୟାର ଇଣ୍ଡିଆ ବିମାନ କ୍ରାସ୍ ର କାରଣ ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ- ଅବା ଅନ୍ୟ କିଛି ଷଡ଼ଯନ୍ତ୍ର। ନିଷ୍କର୍ସରେ ପହଞ୍ଚିବାକୁ ଏନଆଇଏ, ଗୁଜରାଟ ଏଟିଏସ୍ ଓ AAIB, ସମସ୍ତଙ୍କର ଚାଲିଛି ତନାଘନା। ସେପଟେ ଆଜି ଦୁର୍ଘଟଣାସ୍ଥଳରୁ ମିଳିଥିବା ଡିଜିଟାଲ ଭଏସ୍ ରେକର୍ଡର ବା DVR କୁ ଧରି ବି ବିଭିନ୍ନ ଦିଗରୁ ଚାଲିଛି ଖୋଳତାଡ଼।

Advertisment

ଏୟାର ଇଣ୍ଡିଆ ବୋଇଂ-୭୮୭-ଡ୍ରିମଲାଇନର ବିମାନରେ ଦୁଇଟି ‘ବ୍ଲାକବକ୍ସ’ ଥିଲା। ତେଣୁ ସେଥିରେ ସବୁ ତଥ୍ୟ ରେକର୍ଡ ହୋଇଥିବା ଅନୁମାନ କରାଯାଉଛି। ଯେମିତିକି- ବିମାନ ଉଡ଼ାଣ ଆରମ୍ଭ ବେଳେ ପାଇଲଟ୍ ଓ କ୍ରୁ ମେମ୍ବର କ’ଣ କଥା ହୋଇଥିଲେ ? ଏଟିସିକୁ ପାଇଲଟ୍ କ’ଣ କହିବାକୁ ଚାହୁଁଥିଲେ ? ଇଞ୍ଜିନରୁ ବାହାରିଥିବା ଶବ୍ଦ ଓ ପବନର ବେଗ କଣ ଥିଲା ? ସବୁ ଗୋଟି ଗୋଟି ହୋଇ ସେଥିରେ ରେକର୍ଡ ହୋଇଛି। ଯେହେତୁ ବ୍ଲାକବକ୍ସରେ- କକପିଟ୍ ଭଏସ୍ ରେକର୍ଡର-CVR ଓ ଫ୍ଲାଇଟ୍ ଡାଟା ରେକର୍ଡ-FDR ମଧ୍ୟ ଥାଏ। ତେଣୁ ବିମାନ ଦୁର୍ଘଟଣା ପୂର୍ବର ଅଧିକାଂଶ ତଥ୍ୟ ଏଥିରେ ମଧ୍ୟ ରହିଥିବା କୁହାଯାଉଛି।

ପୂର୍ବରୁ ଗୁଜରାଟ ଏଟିଏସ୍ ହାତରେ ଲାଗିଥିବା ଡିଜିଟାଲ ଭଏସ୍ ରେକର୍ଡର ବା DVR ତଥ୍ୟକୁ ନେଇ ବି ଆରମ୍ଭ ହୋଇଯାଇଛି ଖୋଳତାଡ଼। ଏହି ଡିଭାଇସରେ ବିମାନରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ରହିଛି। ଯାହା ବିମାନ ଭିତରର ସବୁ ଆନାଲଗ ଭିଡ଼ିଓ ସିଗନାଲକୁ ଡିଜିଟାଲ୍ ରେ ପରିଣତ କରିଥାଏ। ତେଣୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ଗୁଜରାଟ ଆତଙ୍କୀ ନିରୋଧ ସ୍କ୍ବାଡ ATS ସହ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିକେସନ୍ ବ୍ୟୁରୋ ବା AAIB, ସମସ୍ତେ ବ୍ଲାକବସ୍ ଓ ଡିଭିଆରକୁ ନେଇ ତନାଘନା ଚଳାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

ବିଭିନ୍ନ ଦିଗରୁ ବିମାନ ଦୁର୍ଘଟଣାର ଖୋଳତାଡ଼ ଭିତରେ ଉଙ୍କି ମାରୁଛି ମାଳ ମାଳ ପ୍ରଶ୍ନ- କଣ ହୋଇ ଥାଇପାରେ ଭୟଙ୍କର ପ୍ଲେନ୍ କ୍ରାସର କାରଣ ? କାହିଁକି ରନ୍ ୱେରୁ ଉଠୁ ଉଠୁ ନିଆଁ ପିଣ୍ଡୁଳା ପାଲଟିଗଲା ଏୟାର ଇଣ୍ଡିଆର ଏହି ଅତି ସୁରକ୍ଷିତ ଓ ଅତ୍ୟାଧୁନିକ ଫ୍ଲାଇଟ୍ ? ଯେହେତୁ ବୋଇଂ 787-8 ଡ୍ରିମଲାଇନର୍ ୱାଇଡ୍ ବଡି ସାଙ୍ଗକୁ କମ୍ ଇନ୍ଧନରେ ବି ଉଡ଼ାଣର ଦକ୍ଷତା ରହିଛି। ତେଣୁ ଇଞ୍ଜିନ୍ ଫେଲ୍ ନା ବାର୍ଡ ହିଟ୍ ? ଦୁର୍ଘଟଣା ପଛରେ ଏଦୁଇ କାରଣକୁ ଯେତିକି ଗୁରୁତ୍ବ ଦିଆଯାଇଛି, ତାସହ ଅନ୍ୟ କିଛି ଅନ୍ତର୍ଘାତୀ ଷଡ଼ଯନ୍ତ୍ର ଦିଗକୁ ବି ଅଣଦେଖା କରିପାରୁ ନାହାନ୍ତି ବିଭିନ୍ନ ତଦନ୍ତକାରୀ ସଂସ୍ଥା।

Advertisment

ଦୁର୍ଘଟଣାରେ ଜଳି ଯାଇଥିବା ବିମାନ ଯାତ୍ରୀ ଓ ଅନ୍ୟ ମୃତକଙ୍କ ମରଶରୀର ଚିହ୍ନିବା କଷ୍ଟକର ହୋଇପଡ଼ିଛି। ତେଣୁ ସମସ୍ତଙ୍କର ଡିଏନଏ ଟେଷ୍ଟ କରିବାକୁ ହୋଇଛି ନିଷ୍ପତ୍ତି।ସେଥିପାଇଁ ରକ୍ତ ନମୁନା ଦେବାକୁ ଅହମ୍ମଦାବାଦ ସିଭିଲ୍ ହସପିଟାଲରେ ଆଜି ମୃତକଙ୍କ ସମ୍ପର୍କୀୟଙ୍କର ଭିଡ ଲାଗିଥିଲା। ପାଖାପାଖି ୨୦୦ ଜଣଙ୍କଠାରୁ ଡିଏନଏ ନମୁନା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଯାହାର ରିପୋର୍ଟ ଆସିବାକୁ ୭୨ ଘଣ୍ଟା ସମୟ ଲାଗିବ।

ଅଧିକ ପଢ଼ନ୍ତୁ: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ’

Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ