/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713086950.jpg)
Car Accident
ଭଦ୍ରକ ଭଣ୍ଡାରୀପୋଖରୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରରେ ଏକ କାର ଡିଭାଇଡରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ବାପା ଓ ଝିଅ ହୋଇଥିବା ସୂଚନା ମିଳିଛି।
ତେବେ ଶାଶୁ ଓ ବୋହୂ ଓ ଗାଡ଼ିର ଡ୍ରାଇଭର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋଆରୁ ଏମାନେ କାର ଯୋଗେ ହାୱଡା ଯାଉଥିଲେ। ଭଣ୍ଡାରିପୋଖରୀ ଅଗ୍ନିଶମ ବାହନୀ ଉଦ୍ଧାର କରି କାରରେ ଥିବା ୫ ଜଣଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି।
ମୃତକ ଗୋଆରେ ରୁହନ୍ତି। ସେମାନେ ସେଠାରୁ କାର ଯୋଗେ ଖଡ଼ଗପୁର ଯାଉଥିଲେ। ଖଡ଼ଗପୁରରେ ତାଙ୍କ ଶ୍ୱଶୁର ଘର। ଗୋଆରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ସେମାନେ ପୁରୀ ମଧ୍ୟ ଯାଇଥିଲେ। ଯଶୋଟିକିରୀ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରରେ ଥିବା ୫ ଜଣ ଯାତ୍ରୀଙ୍କୁ ଭଣ୍ଡାରିପୋଖରୀ ଅଗ୍ନିଶମ ବାହନୀ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ସୁଭାଷିଶ ଗାଙ୍ଗୁଲି ଓ ତାଙ୍କ ଝିଅଙ୍କୁ ମୃତ ଘୋଷଣା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)