• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା ଜନିତା ମୃତ୍ୟୁ । ଗତବର୍ଷ ଅପେକ୍ଷା ଏଥର ଉଦବେଗଜନକ ସ୍ଥିତି । ମାତ୍ର ଦୁଇ ମାସରେ ଦୁର୍ଘଟଣାରେ ମୃତ୍ୟୁ ହାର ବଢ଼ିଛି ପ୍ରାୟ ୨୫ ପ୍ରତିଶତ । ଗତବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୮୫୯ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଏବର୍ଷ ଗଲାଣି ୧୦୭୩ ଜଣଙ୍କ ଜୀବନ । ଯାହା ୨୪.୯୧ ପ୍ରତିଶତ ଅଧିକ ।

ଆଉ ଏଭଳି ତଥ୍ୟ ଆସିବା ପରେ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ପରିବହନ ବିଭାଗ । ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫ ହଜାର ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଥିଲା ୨୦୨୧ରୁ ୭.୬ ପ୍ରତିଶତ ଅଧିକା ।

ସେହିପରି ଗତ ଜାନୁଆରୀ ଓ ଫେବୃଆରୀର ସଡ଼କ ଦୁର୍ଘଟଣାର ବଢ଼ୁଥିବା ହାର ଦେଖି ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ହୋଇଛି । ବିଶେଷ ଭାବେ କିଛି ଜିଲ୍ଲାରେ ଏହି ହାର ୫୦ ପ୍ରତିଶତରୁ ଅଧିକ । ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ଅଧିକ ବଢ଼ିଛି ଦୁର୍ଘଟଣା । ଏସବୁ ଜିଲ୍ଲାରେ ୫୦ ପ୍ରତିଶତରୁ ଅଧିକ ରହିଛି ସଡ଼କ ଦୁର୍ଘଟଣା । ବାରମ୍ବାର ସଡ଼କ ଦୁର୍ଘଟଣା ରୋକିବାକୁ ସଚେତନତା କରାଯାଉଛି । ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।