/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695904238.jpg)
Road Accident
ବାରିପଦା ନିକଟ ଦୁଆରଶୁଣୀ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଯାକ ବାଇକ ଆରୋହୀ । ମୃତକଙ୍କ ମଧ୍ୟରେ ଜଣେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି ।
Advertisment
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇଜଣ ହେଉଛନ୍ତି ପତିପତ୍ନୀ । ସେମାନେ କୁଆଡ଼େ ଯାଉଥିଲେ, ସେନେଇ କିଛି ସୂଚନା ମିଳିପାରିନାହିଁ । ପୋଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ବାଙ୍ଗିରିପୋଷି ଡାକ୍ତରଖାନା ନେଇଥିଲେ । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)