Advertisment

କରମଣ୍ଡଳ କୋଳରେ ଛକିଥିଲା କାଳ, ଭାଗ୍ୟବଳରୁ ବଞ୍ଚିଗଲା ପ୍ରାଣ

ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

ଅଦ୍ୟତନ ହୋଇଛି
undefined

Balasore Train Tragedy Survivours share horrific experience

Advertisment

କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ। ବାହାନଗା ଟ୍ରେନ୍ ଟ୍ରାଜେଡିରୁ ଅଳ୍ପକେ ବର୍ତ୍ତିଯାଇଥିବା ବିହାର ପାଟନାର ଅଟଳ ବିହାରୀଙ୍କ ପରିବାର। ପତ୍ନୀ ସାବିତ୍ରୀ, ଦୁଇ ଝିଅ ରୁନୁ-ମୁନୁ ଓ ପୁଅ ସ୍ବାଧୀନ। ସମସ୍ତଙ୍କ ଜୀବନ ଯେ ଅକ୍ଷତ ରହିଛି, ଏକଥା ବିଶ୍ବାସ ହେଉନି ଦୁର୍ଘଟଣାରେ ଧ୍ବସ୍ତ ଏସ୍ ଟୁ ବଗିରୁ ଉଦ୍ଧାର ପାଇଥିବା ଅଟଳବିହାରୀଙ୍କୁ। ବ୍ରେନ୍ ଟ୍ୟୁମର ଅପରେସନ ପରେ ବଡ଼ଝିଅର ଚେକଅପ୍ ପାଇଁ ସପରିବାର ଚେନ୍ନାଇ ଯାଉଥିଲେ ଅଟଳବିହାରୀ। କରମଣ୍ଡଳ ଏସ୍ ଟୁ ବଗିର ୫୧ରୁ ୫୪ ଯାଏଁ ସିଟରେ ବସିଥିଲେ।

Advertisment

ସନ୍ଧ୍ୟାରେ ଜଳଖିଆ ଖାଇବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଭୟଙ୍କର ଶବ୍ଦ ସହ ପଲଟି ମାରୁଥିଲା ତାଙ୍କ ବଗି। ସାରା ବଗି ଧୂଳିରେ ଭରି ଯାଇଥିଲା, ଜଣକ ଉପରେ ଜଣେ ଛିଟିକି ପଡୁଥିଲେ। ଜୀବନ ବିକଳରେ ପତ୍ନୀ ସାବିତ୍ରୀ ବଡ଼ ଝିଅର ହାତକୁ ଜାବୁଡ଼ି ଧରି ସାନ ଝିଅ ଓ ପୁଅକୁ ଡାକ ପକାଉଥିଲେ। ତେଣେ କିନ୍ତୁ ସାନ ଝିଅ ଓ ପୁଅ ହାତକୁ ଛାଡ଼ି ନଥିଲେ ସ୍ୱାମୀ ଅଟଳ। ସମସ୍ତେ ସୁରକ୍ଷିତ ଉଦ୍ଧାର ପାଇଛନ୍ତି, ଈଶ୍ବରଙ୍କୁ ଧନ୍ୟବାଦ ଦେଇ ପୁଣି ଆଉ ଏକ ଟ୍ରେନ୍ ରେ ଚେନ୍ନାଇ ଯାଇଛନ୍ତି ନୂଆ ଜୀବନ ପାଇଥିବା ଏ ପରିବାର।

ଅଧିକ ପଢ଼ନ୍ତୁ: କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଗୋଟି ଗୋଟି କରି କହିଲେ କରମଣ୍ଡଳର ଲୋକୋ ପାଇଲଟ...

Advertisment

ବ୍ରହ୍ମପୁର ଗୋଷାଣୀ ନୂଆଗାଁର ଏଜିକେଲ୍ ଦାସଙ୍କ ପରିବାର। ସେଦିନ ବଗି ବଦଳାଇନଥିଲେ ହୁଏତ ଆଜି ଜୀବନ ନଥାନ୍ତା ବୋଲି କହୁଛନ୍ତି ଏଜିକେଲ। ପତ୍ନୀ ସୁମିତା ଓ ପୁଅ ଜ୍ୟାକବ୍। ଖଡଗପୁରରେ ବଡ଼ବାପାଙ୍କ ଜନ୍ମଦିନ ପାଳି କରମଣ୍ଡଳ ଏକ୍ସପ୍ରେସର ବି-ଟୁ ବଗିରେ ଚଢ଼ିଥିଲେ ଏଜିକେଲଙ୍କ ପରିବାର। ହେଲେ ପୁଅ ଜ୍ୟାକବଙ୍କ ସିଟ୍ ବି-ଏଇଟ୍ ବଗିରେ ଥିବାରୁ ତାହା ବଦଳାଇବାକୁ ଚାହିଁଥିଲେ ଏଜିକେଲ୍। କିନ୍ତୁ ସେହି ବଗିକୁ ଯାଇ ଟିଟିଇଙ୍କୁ ଭେଟିବାକୁ ଥିବାରୁ କଟକରେ ଡିନର ସାରି ଏହା କରିବାକୁ କହିଥିଲେ ପୁଅ ଜ୍ୟାକବ। କିନ୍ତୁ ତାର ମାତ୍ର ୧୦ ମିନିଟ୍ ପରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।

ସେମିତି ସେଦିନର ଆକ୍ସିଟେଣ୍ଟ କଥା ମନେ ପଡ଼ିଲେ ଛାତି ଥରି ଉଠୁଛି, ପଟ୍ଟାମୁଣ୍ଡାଇ ବ୍ଲକ ଅଳତାଙ୍ଗ ଗାଁର ରିନୁଲତାଙ୍କର। କଲିକତାରୁ ବ୍ୟାଙ୍କ ଚାକିରି ପାଇଁ ଟ୍ରେନିଂ ସାରି ସାଙ୍ଗଙ୍କ ସହ କରମଣ୍ଡଳରେ କଟକ ଫେରୁଥିଲେ ରିନୁ। ନୂଆ ଚାକିରି ପାଇଥିବାରୁ ଦୁଇ ସାଙ୍ଗ ଗପସପରେ ମାତିଥିଲେ, ହେଲେ ହଠାତ୍ ତାଙ୍କ ବଗି ଓଲଟି ପଡ଼ିଥିଲା। ଆର୍ତ୍ତଚିତ୍କାର ସହ କିଏ ରକ୍ତାକ୍ତ ତ କିଏ ଚାପି ହୋଇ ପଡ଼ିଥିଲେ। ବହୁକଷ୍ଟରେ ଦୁହେଁ ଉଦ୍ଧାର ପାଇ ମେଡିକାଲ ଆସିଥିଲେ। ସେଠୁ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି, ତାହା ହୋଇଯିବ। ହେଲେ ଆଉ ଟ୍ରେନ୍ ରେ ବସିବାକୁ ଡର ଲାଗୁଛି ବୋଲି କହିଛନ୍ତି ରିନୁଲତା।

Advertisment

ଏସବୁ ଭିତରେ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରର ଅନେକ ଯାତ୍ରୀ। ଯାହାଙ୍କୁ ଭଦ୍ରକ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଗାଡ଼ି କରି ସେମାନଙ୍କ ଘରକୁ ପଠାଇଛି।

ଅଧିକ ପଢ଼ନ୍ତୁ: ସିନ୍ଥିରୁ ସିନ୍ଦୂର ପୋଛିଦେଲା କରମଣ୍ଡଳ, ଦିନ ୪ଟା ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ