Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି: ଏବେ ବି ଚିହ୍ନଟ ହୋଇନି ୮୨ଟି ମୃତଦେହ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଶବ ଏବେ ବି ଭୁବନେଶ୍ବର ଏମସରେ ରହିଛି । ଏବେ ବି ୮୨ଟି ମୃତଦେହ ଚିହ୍ନଟ ହୋଇପାରିନି । ସେପଟେ ରେଳ ଦୁର୍ଘଟଣା ପଛରେ ଅଛି କେଉଁ କାରଣ ? ତାକୁ ନେଇ ଖୋଳତାଡ଼ କରୁଛି ସିବିଆଇ।

ଅଦ୍ୟତନ ହୋଇଛି
Odisha Train Tragedy Update News

Bahanga train tragedy

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭୁବନେଶ୍ବରକୁ ଅଣାଯାଇଥିବା ମୋଟ ୧୯୩ ଶବ ମଧ୍ୟରୁ ୧୧୧ଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇସାରିଲାଣି। ଆହୁରି ୮୨ଟି ମୃତଦେହ ଏବେ ବି ଭୁବନେଶ୍ବର ଏମସରେ ରହିଛି । ରହିଥିବା ମୃତଦେହ ଗୁଡିକ ଟିହ୍ନଟ ହୋଇପାରିନି ।

Advertisment

ଶବ ଗୁଡ଼ିକ ଭୁବନେଶ୍ବର ଏମସରେ ସ୍ବତନ୍ତ୍ର କଣ୍ଟେନରରେ ରଖାଯାଇଛି । କାହାର ଶବ ଚିହ୍ନଟ ହୋଇଛି, କାହାର ଚିହ୍ନଟରେ ସମସ୍ୟା ଥିବାରୁ ଡିଏନଏ ପରୀକ୍ଷା କରାଯାଉଛି । ଏମସ ପରିସରରେ ଏବେ ଶବ ଖୋଜିବାକୁ ବନ୍ଧୁ ପରିଜନଙ୍କ ଭିଡ଼ ଲାଗୁଛି । ମୃତଦେହ ଚିହ୍ନଟ ଲାଗି ଗତକାଲି ୩୫ଟି ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି।

ଅଧିକ ପଢ଼ନ୍ତୁ: ସବୁ ମୃତଦେହ ଭୁବନେଶ୍ୱର AIIMSରେ ଥିବା କଣ୍ଟେନରରେ ରହିଛି

ସେପଟେ ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ପଛରେ ଅଛି କେଉଁ କାରଣ ? ତାକୁ ନେଇ ଖୋଳତାଡ଼ କରୁଛି ସିବିଆଇ । ଆଜି ସିବିଆଇ ତଦନ୍ତର ତୃତୀୟ ଦିନ । ଆଜି ସିବିଆଇର ଏକ ଟିମ ଭୁବନେଶ୍ବର ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଲୋକୋ ପାଇଲଟ ସହ କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ।  ସିବିଆଇର ଆଉ ଏକ ଟିମ ଘଟଣାସ୍ଥଳ ଓ ଷ୍ଟେସନରେ କରିବ ତନାଘନା ।

Advertisment

ଗତକାଲି ସେଣ୍ଟ୍ରାଲ ଫରେନ୍ସିକ୍ ଟିମ୍ ଓ ଟେକନିକାଲ ଟିମ ସଦସ୍ୟଙ୍କୁ ଧରି ଦୁର୍ଘଟଣାସ୍ଥଳ ଷ୍ଟେସନ୍ ବଜାରରେ ଛାନଭିନ୍ କରିଥିଲା ସିବିଆଇ ଟିମ୍। ରେଲୱେ ଟ୍ରାକ୍, ରିଲେ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ପ୍ୟାନେଲ୍ ବୋର୍ଡ ତନଖି କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା ।

ବାହାନଗା ଷ୍ଟେସନ୍ ମାଷ୍ଟର, ଷ୍ଟେସନ୍ ମ୍ୟାନେଜର, ରିଲେ ରୁମର ସିଗନାଲ ମେଣ୍ଟରଙ୍କ ସମେତଙ୍କୁ ମଧ୍ୟ ଗୁଡ଼େଇ ତୁଡ଼େଇ ପଚରା ଉଚରା କରିଥିଲା ସିବିଆଇ । ଏଥିସହ ଦୁର୍ଘଟଣା ଦିନ ଯେଉଁ ଯେଉଁ କର୍ମଚାରୀ ମାନେ ଦାୟିତ୍ବରେ ଥିଲେ ସେମାନଙ୍କର ଫୋନ୍ ସିଜ୍ କରାଯିବା ସହ କଲ ରେକର୍ଡ ଓ ହ୍ବାଟସଆପ୍ ଚାଟିଂ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ସଂସାର ଉଜାଡିଦେଲା କରମଣ୍ତଳ..କାହା ମଥାରୁ ସିନ୍ଦୂର ପୋଛିଲା ତ କାହାକୁ ବାପ ଛେଉଣ୍ତ କରିଦେଲା

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ