/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690695727.jpg)
Fire breaks out at a hospital
ହସ୍ପିଟାଲରେ ନିଆଁ, ସ୍ଥାନାନ୍ତର ହେଲେ ୧୨୫ରୁ ଅଧିକ ରୋଗୀ । ଗୁଜରାଟ ଅହମ୍ମଦାବାଦରେ ଥିବା ଏକ ହସ୍ପିଟାଲର ବେସମେଣ୍ଟରେ ଘଟିଛି ଏଭଳି ଅଘଟଣ । ବେସମେଣ୍ଟରୁ ପ୍ରବଳ ଧୂଆଁ ବାହାରିବା ପରେ ତୁରନ୍ତ ସେଠୁ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୧୦ ମହଲା ବିଶିଷ୍ଟ ଏହି ହସ୍ପିଟାଲର ଉପର ଦୁଇ ମହଲାରୁ ରୋଗୀଙ୍କୁ ବାହାର କରାଯାଇଛି ।
ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍ ନିଆଁ ଲିଭା ଓ ରୋଗୀଙ୍କୁ ରେସ୍କ୍ୟୁ କାମରେ ଲାଗିଛନ୍ତି । ମିଳିଥିବା ସୂଚନା ମୁତାବକ, ବାରମ୍ବାର ବେସମେଣ୍ଟରେ ନିର୍ମାଣ କାମ ଚାଲିଥିବା ଯୋଗୁଁ କିଛି ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି ।
#WATCH | Gujarat | Fire breaks out at a hospital in Ahmedabad's Sahibaug area. Around 20-25 fire tenders on the spot. pic.twitter.com/qCoFvUKZyt
— ANI (@ANI) July 30, 2023
ପୋଲିସ ଇନ୍ସପେକ୍ଟର କହିଛନ୍ତି, "ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଡାକ୍ତରଖାନାର ତଳ ମହଲାରୁ ଧୂଆଁ ବାହାରୁଛି । ସତର୍କତାମୂଳକ ପଦକ୍ଷେପ ଭାବରେ ଡାକ୍ତରଖାନାରେ ଥିବା ପ୍ରାୟ ୧୨୫ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବୈଠକ ଡକା ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)