Advertisment

ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ ଲୁଚାଇବାକୁ ପ୍ରୟାସ, ଶ୍ରମ ଅଧିକାରୀଙ୍କ ତଦନ୍ତ

ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

ଅଦ୍ୟତନ ହୋଇଛି
attempts to hide Balasore Gas Leak Incident

Gasleak

Advertisment

ବାଲେଶ୍ବର ରେମୁଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇ ୧୮ ଅସୁସ୍ଥ ଘଟଣାରେ ନୂଆମୋଡ଼। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନାବାଳିକା ଶ୍ରମିକଙ୍କୁ ରାତି ଅଧରେ ମେଡିକାଲରୁ ଲୁଚାଇ ନିଆଯାଉଥିବା ବେଳେ ଧରିଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସମସ୍ତ ଶ୍ରମିକଙ୍କୁ ନେଇ ପ୍ରତାପ ଷଡ଼ଙ୍ଗୀ ଥାନାକୁ ଯାଇଥିଲେ । ଏହାସହ ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ ।

Advertisment

ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ। ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକାଂଶ ନାବାଳିକା ଥିବା ସୂଚନା ମିଳିଥିଲା । ତେବେ ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ହସ୍ପିଟାଲ ଯାଇଥିଲେ ବି ସେଠାରେ କାହାକୁ ପାଇନଥିଲେ । ଶେଷରେ ଥାନାକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ

ଅନ୍ୟପଟେ ପୋଲିସ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷା ଗୃହକୁ ପଠାଇଥିବା ସୂଚନା ମିଳିଛି । ଚିଙ୍ଗୁଡ଼ି ଫ୍ୟାକଟ୍ରିରେ କାମ କରୁଥିବା ଜଣେ ମହିଳାଙ୍କ ପତ୍ତା ମିଳୁନଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ତେବେ ଏପ୍ରସଙ୍ଗରେ କଂପାନୀ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ମେଡିକାଲ କି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିପାରିନାହିଁ । ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି ।

Advertisment
Gas Leak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ