Advertisment

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ ବ୍ୟକ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Kendrapara Firecracker Mishap

Another youth succumbs to injuries in Kendrapara firecracker mishap

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣା ରେ ଆଉ ଜଣକ ମୃତ୍ୟୁ ହୋଇଛି। ମୃତକ ହେଲେ ୨୮ ବର୍ଷୀୟ ପିଣ୍ଟୁ ଖାନ। ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ।  ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି।

Advertisment

ଅଧିକ ପଢ଼ନ୍ତୁ: ଚାଲିଥିଲା ବାଣ ପ୍ରତିଯୋଗୀତା, ଏକାଥରେ ସବୁ ଫୁଟିଗଲା ! ହେଲା ଭୟଙ୍କର ବିସ୍ଫୋରଣ

ପୂର୍ବରୁ ଜଣେ ବାଣୁଆଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଉଦୟ ଭୋଇ। କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ସୂଚନାଥାଉ କି, ଗତ ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ଚାଲିଥିଲା। ଡିଜେର ତାଳେ ତାଳେ ଲୋକେ ନାଚୁଥିଲେ। ବାଣ ବି ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଠିକ୍‌ ଏହି ସମୟରେ ଗୋଟିଏ ବାଣ ‌ଆକାଶକୁ ଯାଇ ଫୁଟିବା ବଦଳରେ ବାଣୁଆ ରଖିଥିବା ବାଣ ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଭୟଙ୍କର ବିସ୍ପୋରଣ ହୋଇଥିଲା।  ଏଥିରେ ୪୦ ଜଣ ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଜଣ ICUରେ ଅଛନ୍ତି। 

Advertisment

ଘଟଣାକୁ ନେଇ ସଦର ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତ ହେଲେ- ବାଲିଆ ଅଞ୍ଚଳର ବୁଲୁ ମଲ୍ଲିକ, ଅରକ୍ଷୀତ ମଲ୍ଲିକ ଓ ଚିଲୁ ଦାସ। ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ