ଆର୍ଜିପଲ୍ଲୀର ଯୁବକ ସମୁଦ୍ରରେ ବୁଡ଼ି ନିଖୋଜ, ଖୋଜୁଛି କୋଷ୍ଟଗାର୍ଡ ହେଲିକପ୍ଟର

ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ ।

Drowning

ଗଞ୍ଜାମ ଜିଲା ଛତ୍ରପୁର ନିକଟସ୍ଥ ଆର୍ଜିପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ୨୨ବର୍ଷୀୟ ଯୁବକ ହେମନସେନ ବେହେରା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗତକାଲି ସଂଧ୍ୟାରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ।

ଖବର ପାଇ ତୁରନ୍ତ ଓ ଓଡ୍ରାଫ ବିଭାଗର ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଛତ୍ରପୁର ଏସ୍‌ଡିପିଓ , ଆର୍ଯ୍ୟପଲ୍ଲୀ ଥାନା ପୁଲିସ ପ୍ରମୁଖ ଉପସ୍ଥିତ ଅଛନ୍ତି। ହେମନସେନଙ୍କୁ ଖୋଜିବାକୁ ସମୁଦ୍ର ଉପରେ କୋଷ୍ଟଗାର୍ଡ ହେଲିକପ୍ଟର ବି ପଇଁତରା ମାରୁଛି। ଏହାସତ୍ତ୍ୱେ ହେମନସେନଙ୍କ ପତ୍ତା ମିଳି ପାରିନି। ପୁଅକୁ ନ ପାଇ ପରିବାର ଲୋକେ ସମୁଦ୍ର କୂଳରେ ଜଗି ରହିଛନ୍ତି।

ପଢନ୍ତୁ ଏହି ଖବର: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ