• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେବା ପରେ କାର୍‌ ହୋଇଗଲା ଦୁଇଖଣ୍ଡ । ଗତକାଲି ରାତିରେ ଏକ ଏର୍ଟିଗା କାର୍‌ ଦ୍ରୁତଗତିରେ ଆସି ବିଦ୍ୟୁତ୍‌ ଖଣ୍ଟକୁ ଧକ୍କାଦେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟ ୨ଜଣ ଯୁବତୀ ରହିଥିବାବେଳେ ଅନ୍ୟ ୩ଜଣ ପୁରୁଷ ରହିଥିବା ଜଣାପଡ଼ିଛି ।

ଏପରି ଏକ ଦୁର୍ଘଟଣା ମୁମ୍ବାଇର କୁର୍ଲା ଅଞ୍ଚଳରେ ଘଟିଛି । ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ଖବର ପାଇବାପରେ ସ୍ଥାନୀୟ ନେହେରୁ ନଗର ପୋଲିସର ସହାୟତାରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର କହିବା ଅନୁସାରେ ଏର୍ଟିଗା କାର୍‌ଟି ବହୁତ ଜୋର୍‌ରେ ଚେମ୍ବୁର ଆଡକୁ ଯାଉଥିଲା । ହେଲେ ସହି ସମୟରେ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହୋଇଥିଲା ।

କାର୍‌ର ଗତି ଏତେ ଦ୍ରୁତଥିଲା ଯେ, ଦୁର୍ଘଟଣାରେ କାର୍‌ଟି ସେଠାରେ ଦୁଇଖଣ୍ଡ ହୋଇଯାଇଥିଲା । ଉଦ୍ଧାରକାରୀମାନେ ପ୍ରାୟ ୧ ଘଣ୍ଟାର ନିରନ୍ତର ଉଦ୍ୟମ ପରେ କାର୍‌ଟିକୁ ଉଦ୍ଧାର କରିଥିଲେ । ସେଥିରେ ଥିବା ୫ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।