/odishatv-khabar/media/post_attachments/uploadimage/library/16_9/16_9_0/Accident_1704546517.jpg)
Accident
ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର। ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର ଆହତ ହୋଇଛି। ରାୟଗଡ଼ା କଲ୍ୟାଣସିଂହପୁର ବେଲକଣା ନିକଟରେ ଦୁର୍ଘଟଣା ଘଟିଛି। ଧକ୍କା ଦେଇ ଘଟଣାସ୍ଥଳରୁ ପଳାଉଥିବା ବେଳେ ମନ୍ତ୍ରୀଙ୍କ ଗାଡ଼ିର ପିଛା କରିଥିଲେ ଲୋକେ। ଦୁର୍ଘଟଣାସ୍ଥଳଠୁ କିଛି ଦୂରରେ ବାଇକ୍ରେ ଗୋଡ଼େଇ ଗୋଡ଼ାଇ ମନ୍ତ୍ରୀଙ୍କୁ ଅଟକାଇଥିଲେ।
Advertisment
ପରେ ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାବାଳକକୁ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ନାବାଳକ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତ ନାବାଳକ ଘର ବିଷମକଟକରେ। ସେ ବେଲକଣାରେ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)