Advertisment

Devotees killed in Accident: ହାଇୱେରେ ଫାଟିଲା କାର୍ ଟାୟାର: କୁମ୍ଭ ମେଳାକୁ ଯାଉଥିବା ବେଳେ ୮ ଜଣଙ୍କ ମୃତ୍ୟୁ

କୁମ୍ଭ ମେଳାକୁ ଯାଉଥିବା ବେଳେ ରାସ୍ତାରେ ଛକି ରହିଥିଲେ ଯମରାଜ। ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ମୃତ୍ୟୁର କିଛି ରୂପ ନ ଥାଏ। ଏହା କେଉଁ ମୂହୁର୍ତ୍ତରେ କେଉଁଠାରୁ ଆସିବ ତାର କିଛି ଠିକଣା ନ ଥାଏ। କୁମ୍ଭ ମେଳାରେ ବୁଡ ପକାଇବାକୁ ଯାଉଥିବା ଏକ ପରିବାର ସହିତ ଘଟିଛି ଏମିତି ଘଟଣା। କୁମ୍ଭ ମେଳାକୁ ଯାଉଥିବା ବେଳେ ରାସ୍ତାରେ ଛକି ରହିଥିଲେ ମୃତ୍ୟୁ ଦେବତା। ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Advertisment

ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଜସ୍ଥାନର ଜୟପୁର ଅଞ୍ଚଳରେ। ଜାତୀୟ ରାଜପଥ ୪୮ ନିକଟସ୍ଥ ମୋଖମପୁରାରେ କାରର ଚକା ଫାଟି ଯାଇଥିବା ବେଳେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ। କାରର ଚକା ଅଚାନକ ଫାଟିଯିବା ଫଳରେ କାରଟି ଡିଭାଇଡରରେ ମାଡ ହୋଇ ରାସ୍ତାର ଆର ପଟକୁ ଚଢି ଯାଇଥିଲା। କାରଟି ରାସ୍ତାର ଅପର ପାର୍ଶ୍ବକୁ ମାଡି ଯାଇଥିବା ବେଳେ ସେପଟରୁ ଆସୁଥିବା ଏକ ରୋଡ ଟ୍ରାନ୍ସପୋର୍ଟ ବସ କାରକୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ କାରରେ ଉପସ୍ଥିତ ସମସ୍ତଙ୍କ ପ୍ରାଣହାନି ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କୁମ୍ଭମେଳା ୪୪ ଦିନ ବ୍ୟାପୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୩ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୨୬ ମହାଶିବରାତ୍ରିରେ ଏହା ସମାପ୍ତ ହେବ।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

Bus Accident Kumbh Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ