• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ତାଣ୍ଡବ ରଚିଲା ମୃତ୍ୟୁ । ଭୟଙ୍କର ଦୁର୍ଘଟଣା ନେଲା ଜୀବନ । ଜାମ୍ମୁ କାଶ୍ମୀରର କିସ୍ତବାଡ଼ ଜିଲ୍ଲାରୁ ଏପରି ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ଦଙ୍ଗଦୁରୁ ଜଳଭଣ୍ଡାର ପ୍ରକଳ୍ପ ନିକଟରେ ଦୁର୍ଘଟଣା ଘଟିଛି । ଏହି ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକକୁ ନେଇ ଯାଉଥିବା କ୍ରୁଜର ଗାଡ଼ି ଓଲଟି ପଡ଼ିଛି । ଭାରସାମ୍ୟ ହରାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଦୁର୍ଘଟଣାରେ ସମ୍ପର୍କରେ ଜାଣିବା ପରେ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ଦଙ୍ଗରୁରୁ ଡ୍ୟାମ ସ୍ଥାନରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣା ସମ୍ପର୍କରେ ସେ ଡକ୍ଟର ଦେବଶ ଯାଦବଙ୍କ ସହ କଥା ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ଡାକ୍ତରଖାନା ଡୋଡାକୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ପୋଲିସ୍‌ ସୂଚନା ଅନୁସାରେ, କେରି ସେକ୍ଟର୍‌ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି।

କିସ୍ତବାଡ଼ରେ ହୋଇଥିବା ଏହି ଦୁର୍ଘଟଣା ପ୍ରଥମ ନୁହେଁ, ନିକଟରେ କିଛି ଦିନ ପୂର୍ବରୁ ଚେନାବ ନଦୀ କୂଳରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ଫ୍ଲାଇଟ୍ ଟେକ୍ନିସିଆନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପାଇଲଟ ଆହତ ହୋଇଥିଲେ ।