Advertisment

Laddoo Utsav Mishap: ଲଡୁ ଉତ୍ସବରେ ଭୁଶୁଡ଼ି ପଡ଼ିଲା ମଞ୍ଚ, ଦଳାଚକଟାରେ ୭ ମୃତ, ୫୦ ଆହତ

ଉତ୍ତର ପ୍ରଦେଶର ବାଘପତରେ ଜୈନ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଘଟିଯାଇଛି ବଡ ଦୁର୍ଘଟଣା। ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଷୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Baghpat

Baghpat

Advertisment

ଉତ୍ତର ପ୍ରଦେଶର ବାଘପତରେ ଜୈନ ଧର୍ମାବଲମ୍ବୀଙ୍କ ଏକ କାର୍ଯ୍ୟକ୍ରମରେ ଘଟିଯାଇଛି ବଡ ଦୁର୍ଘଟଣା। ବାଉଁଶରେ ତିଆରି କରାଯାଇଥିବା ମଞ୍ଚ ଭୁଷୁଡି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜୈନ ନିର୍ବାଣ ଉତ୍ସବ ସମୟରେ ଅନୁଷ୍ଠିତ ଲଡୁ ଉତ୍ସବରେ ଏହି ଅଘଟଣ ଘଟିଥିଲା।

Advertisment

ବିଗତ ୩୦ ବର୍ଷ ଧରି ଲଡୁ ଉତ୍ସବ ପାଳିତ ହୋଇଥାଏ। ଆଦିନାଥଙ୍କ ପାଇଁ ଅନୁଷ୍ଠିତ ଏହି ଉତ୍ସବରେ ଜୈନ ଧର୍ମର ସାଧୁସନ୍ଥମାନେ ମଧ୍ୟ ଯୋଗ ଦେଇଥିଲେ। ମଙ୍ଗଳବାର ସକାଳୁ ଶତାଧିକ ଭକ୍ତ ଲଡୁ ଉତ୍ସବରେ ସାମିଲ ହେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଏକ ଅସ୍ଥାୟୀ ବାଉଁଶର ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ତେବେ ଭକ୍ତଙ୍କ ସଂଖ୍ୟା ଅଧିକ ହେବାରୁ ଷ୍ଟେଜଟି ଭୁଷୁଡି ପଡିଥିଲା।

ଅଧିକ ପଢ଼ନ୍ତୁ : ୟୁନିଫର୍ମ ସିଭିଲ କୋଡ୍ କ’ଣ..କାହିଁକି ଏହାର ଆବଶ୍ୟକତା ରହିଛି ?

ଷ୍ଟେଜ ଭୁଷୁଡି ପଡିଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଦଳା ଚକଟା କାରଣରୁ ଆହତ ସଂଖ୍ୟା ୫୦ରେ ପହଞ୍ଚିଛି। ବାଘପତ ଜିଲ୍ଲା ମାଜିଷ୍ଟ୍ରେଟ ଅସ୍ମିତା ଲାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସାମାନ୍ୟ ଆହତଙ୍କୁ ଆଶୁ ଚିକିତ୍ସା ପରେ ପଠା ଯାଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘଟଣାରେ ଦୋଷୀ ମାନଙ୍କୁ ଦଣ୍ଡିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ବର୍ତ୍ତମାନ ମହାକୁମ୍ଭ ମେଳା ୨୦୨୫ ଜାରି ରହିଛି। ସପ୍ତାହେ ତଳେ କୁମ୍ଭ ମେଳାରେ ମଧ୍ୟ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କୌଣସି ଅଘଟଣକୁ ଏଡାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ : ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ମିଛୁଆ କହିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ