• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିବାର ଉଜାଡ଼ିଦେଲା ଭୟଙ୍କର ସଡ଼କ ଦୁର୍ଘଟଣା । ଘରୁ ଫେରୁଥିବା ବେଳେ ବାଟରୁ ନେଇଗଲା ଯମ । ଛତିଶଗଡର ବାଲୋଦା ବଜାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାୟପୁର-ବାଲୋଦା ବଜାର ଜାତୀୟ ରାଜପଥରେ ଏକ ଟ୍ରକ୍‌, ପିକଅପ ଭ୍ୟାନକୁ ଧକ୍କା ଦେବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ମହିଳା ଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ୨୦-୨୫ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳେ ଅଭିମୁଖେ ଯାଉଥିଲା । ଗାଡ଼ିଟି ବାଲୋଦା ବଜାର ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକଟି ପିକଅପ ଭ୍ୟାନ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ବାଲୋଦା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭରଙ୍କର କୌଣସି ପତ୍ତା ମିଳୁନି ।

ଏହାପୂର୍ବରୁ ମେ ୩ରେ ଛତିଶଗଡର ଧାମତରୀ ଜିଲ୍ଲାରେ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା, ​​ଯେଉଁଥିରେ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତେ ଏକ ବୋଲେରୋ କାରରେ ଏକ ବିବାହ ସମାରୋହକୁ ଯାଉଥିବା ସମୟରେ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସମସ୍ତେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ରାୟପୁରକୁ ନେବାବେଳେ ଦେଢ଼ ବର୍ଷ ଝିଅର ମଧ୍ୟ ମୃତ୍ୟୁ ହୋଇଥିଲା ।