/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690619896.jpg)
Maharashtra Accident
ଦୁର୍ଘଟଣା ନେଲା ୬ ଜୀବନ । ୨୦ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ହେଲେ ଭର୍ତ୍ତି । ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ଘଟିଥିବାବେଳେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କିପରି ଘଟିଲା ତାକୁ ନେଇ ଜାରି ରହିଛି ତଦନ୍ତ ।
ସୂଚନା ଅନୁଯାୟୀ ମହାରାଷ୍ଟ୍ରର ବୁଲଦାନରେ ଏହି ବଡ଼ ଦୁର୍ଘଟଣା ଘଟିଛି । ପୋଲିସର କହିବା ଅନୁସାରେ ରାତି ପ୍ରାୟ ସାଢ଼େ ୨ଟାରେ ମାଲକାପୁର ଅଞ୍ଚଳର NH ୫୩ର ନନ୍ଦୁର ନାକା ଫ୍ଲାଏ ଓଭରରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ୨୦ଜଣ ଗୁରୁତର ହୋଇଥିବାବେଳେ ୩୨ ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍ରେ ସମୁଦାୟ ୫୮ ଜଣ ଯାତ୍ରୀ ଥିଲେ।
ମୃତକଙ୍କ ମଧ୍ୟରେ ଅମରନାଥରୁ ଫେରୁଥିବା ବସ୍ ଡ୍ରାଇଭର ମଧ୍ୟ ରହିଛନ୍ତି । ଅନ୍ୟମାନେ ଯାତ୍ରୀ ଥିବା ଜଣାପଡ଼ିଛି । ନିକଟରେ ବୁଲଦାନ ଜିଲ୍ଲାରେ ଏକ ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାକୁ ମିଶାଇ ଏହା ହେଉଛି ବୁଲଦାନର ଦ୍ୱିତୀୟ ବଡ ବସ୍ ଦୁର୍ଘଟଣା । ଜୁଲାଇ ୧ ତାରିଖରେ ବୁଲଦାନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୩ଜଣ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)