ସ୍କୁଟି-ବାଇକ୍‌ ମୁହାମୁହିଁ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।

Accident

ଦୁର୍ଘଟଣାରେ ୫ ମୃତ, ଜଣେ ଗୁରୁତର। ଗଞ୍ଜାମ ଭଂଜନଗର କେଶରିପାଟଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଏବଂ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ୩ ଜଣ ବାଇକରେ ଯାଉଥିବା ବେଳେ ବୀପରିତ ଦିଗରୁ ସ୍କୁଟିରେ ଆସୁଥିବା ୩ ଜଣଙ୍କୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି। ମୃତକ ମଧ୍ୟରେ ସୋରଡ଼ା ବିଦ୍ୟୁତ ବିଭାଗରେ ଦୁଇ କର୍ମଚାରୀ ଥିବା ଜଣାପଡ଼ିଛି ।