• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟିପ୍ପର । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣ ଟିପ୍ପର ଭିତରେ ଫସି ରହିଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ସ୍ଥାନୀୟ ଲୋକେ, ପୋଲିସ୍‌ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୂଚନା ଅନୁସାରେ ଟିପ୍ପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା । ହେଲେ ହନ୍ତାଳଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟିପ୍ପର ।  ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା କୁହାଯାଉଛି । 

ଏହି ଦୁର୍ଘଟଣାରେ ଅନ୍ୟ ଶ୍ରମିକମାନେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

 

  • Reported by:
  • JITENDRA BEURA