/odishatv-khabar/media/post_attachments/uploadimage/library/16_9/16_9_0/s_1669860743.jpg)
4 Died After A Car Collided With A Stationary Truck In Khordha
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ NH-୧୬ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନି।
#ସକାଳୁ_ସକାଳୁ_ମର୍ମନ୍ତୁଦ_ଦୁର୍ଘଟଣା#ଟ୍ରକ୍କୁ_ପିଟିଲା_କାର୍
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ନିକଟ NH-୧୬ରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ଜୀବନ ଚାଲି ଯାଇଛି। ଦେଖନ୍ତୁ, କେତେ ଭୟଙ୍କର ଥିଲା ଏହି ଦୁର୍ଘଟଣା...#Accident#CarAccident#Khordha#Odishapic.twitter.com/eS2SiBN0DE— ଓଟିଭି (@otvkhabar) December 1, 2022
ସୂଚନା ଅନୁସାରେ, କାର୍ଟି ଆନ୍ଧ୍ର ପ୍ରଦେଶ ଆଡ଼ୁ ଆସୁଥିବା ବେଳେ ବଡ଼ପୋଖରିଆ ନିକଟ NH-୧୬ ଉପରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାର୍ରେ ଥିବା ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)