/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724248144.jpg)
Explosion at Pharma firm
ଆନ୍ଧ୍ରପ୍ରଦେଶର ଅଚୁତପୁରମ୍ ସ୍ପେଶାଲ୍ ଇକୋନୋମିକ୍ ଜୋନର (SEZ) ଏକ ଫାର୍ମା କମ୍ପାନୀ, ଏସେଣ୍ଟିଆରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଲଞ୍ଚ୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।
ବିସ୍ଫୋରଣ ପରେ କମ୍ପାନୀ ପରିସର ସଂପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା । ଫଳରେ ଲୋକେ ଅଣନିଶ୍ୱାସୀ ଅନୁଭବ କରିଥିଲେ । କର୍ମଚାରୀଙ୍କୁ ନାକ ଘୋଡ଼ାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । କମ୍ପାନୀ ପରିସର ମଧ୍ୟକୁ ଆମ୍ବୁଲାନ୍ସ ପ୍ରବେଶ କରିବାର ମଧ୍ୟ ଦେଖାଯାଇଛି । ସ୍ଥାନୀୟ ଅନକାପଲ୍ଲୀ ଏସପି ଦୀପିକା ପାଟିଲ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରିଛନ୍ତି । ଏଥିସହ ବିସ୍ଫୋରଣ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା କହିଛନ୍ତି । ବିସ୍ଫୋରଣ ପରେ ବିଲ୍ଡିଂରେ ନିଆଁ ଓ ଧୂଆଁ ରହିଛି ।
ସମସ୍ତ ଆହତଙ୍କୁ ଅନକାପଲ୍ଲୀ ଏନଟିଆର ହସ୍ପିଟାଲ ଓ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଘଟିଥିବା ସ୍ଥାନରୁ ଏଯାବତ ୧୦ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ଫାୟାର ଟିମ ମହଜୁଦ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)