/odishatv-khabar/media/post_attachments/uploadimage/library/16_9/16_9_0/a_1700906736.jpg)
3 kills in car accident
ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମର୍ମନ୍ତୁଦ କାର୍ ଦୁର୍ଘଟଣା ଘଟିଛି । ଏଥିରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦଶପଲ୍ଲା ଥାନା ସୁବଳୟା ଛକ ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ୩ ମୃତକଙ୍କ ପରିଚୟ ମିଳିପାରିନି ।
Advertisment
ସୂଚନା ଅନୁସାରେ, ବାଇକ୍ରେ ୩ ଜଣ ଯାଉଥିବା ବେଳେ ସୁବଳୟା ଛକ ନିକଟରେ କାର୍ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ଜୀବନ ଚାଲି ଯାଇଛି । ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନି ।
ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ୍ ଏବଂ ଦମକଳ ବାହିନୀ ପହଞ୍ଚିଛନ୍ତି । ପୋଲିସ୍ ମୃତଦେହ ଉଦ୍ଧାର କରିବା ସହ କାର୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)