Advertisment

ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର

ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।

ଅଦ୍ୟତନ ହୋଇଛି
Odisha Road Accident

3 killed in road accident in sundargarh

Advertisment

ଲୁଟେରାଙ୍କ ପାଇଁ ଦୁର୍ଘଟଣା। ଆଉ ଏଇ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ସୁନ୍ଦରଗଡ ବିଲେଇମୁଣ୍ଡା ଛତାବର ନିକଟରେ ଘଟିଛି ଏ ଦୁର୍ଘଟଣା। ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରେ ଓଲଟି ପଡିଥିଲା ଟ୍ରଲର। ଟାୟାର ଚୋରି କରୁଥିବା ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

କାଲିଠାରୁ ଘଟଣା ସ୍ଥଳରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ। ଉଭୟ ପକ୍ଷ ଧସ୍ତାଧସ୍ତି ହେବା ପରେ ଲୁଟେରାମାନେ ଦଉଡ଼ିଥିଲେ। ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ି ଯାଇଥିଲା ଟ୍ରଲର। ଦୁର୍ଘଟଣାରେ ଠିକା ସଂସ୍ଥାର ୨ କର୍ମଚାରୀ ଓ ଜଣେ ସନ୍ଦିଗ୍ଧ ଲୁଟେରାଙ୍କ ମୃତ୍ୟୁ ଘଟିଛି।

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ