ଗୁଗୁଲ୍ ନେଲା ଗୁଗୁଲ୍ ମ୍ୟାପ୍
ଗୁଗୁଲ୍ ମ୍ୟାପ୍ ପାଇଁ ଚାଲିଗଲା ୩ ଜଣ ଜୀବନ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ହିଁ ସତ । ଆମେ ସାଧାରଣତଃ କୌଣସି ଏକ ନୂଆ ସ୍ଥାନକୁ ଯିବା ସମୟରେ ଗୁଗୁଲ୍ ମ୍ୟାପ୍ର ସାହାଯ୍ୟ ନେଇଥାଉ । କିନ୍ତୁ ସେହି ଗୁଗୁଲ୍ ମ୍ୟାପ୍ ଯେ ମରଣ ମୁହଁକୁ ଟାଣି ନେବ କେହି କେବେ ବିଶ୍ୱାସ କରିନଥିବେ । ଗୁଗୁଲ୍ ମ୍ୟାପ୍ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।
ସୂଚନା ଅନୁସାରେ ଗତ ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରାମଗଙ୍ଗା ନଦୀ ପରେ ନିର୍ମାଣଧୀନ ବ୍ରିଜ୍ ଉପରୁ ଏକ କାର ତଳକୁ ଖସି ପଡ଼ିଥିଲା । ଯାହାଫଳରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରଦିନ ସକାଳେ ସ୍ଥାନୀୟ ଲୋକ କାର ସହିତ ୩ ଜଣଙ୍କ ମୃତଦେହ ଠାବ କରିଥିଲେ । ଏହାପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ଫାରୁଖବାଦର ବିବେକ କୁମାର, ଅମିତ ଏବଂ କୌଶଲ ।
ଅଧିକ ପଢ଼ନ୍ତୁ: କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍ ଦୁର୍ଘଟଣା; ୨ ମୃତ, ୩୬ ଆହତ...
ସୂଚନା ଅନୁସାରେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରୁଗ୍ରାମରୁ ବରେଲିକୁ କାର ଯୋଗେ ବାହାରିଥିଲେ । ତେବେ ବରେଲି ଯିବା ପାଇଁ ଏମାନେ ଗୁଗୁଲ୍ ମ୍ୟାପର ସାହାଯ୍ୟ ନେଇଥିଲେ । ଗୁଗୁଲ୍ ମ୍ୟାପ୍ ଦର୍ଶାଉଥିବା ରାସ୍ତାରେ ଏହି ୩ ଜଣ ଯାଉଥିଲେ । ତେବେ ଗୁଗୁଲ୍ ମ୍ୟାପ୍ ଅନୁସାରେ ତିନି ଜଣ ସାଙ୍ଗ କାରକୁ ନେଇ ଏକ ନିର୍ମାଣଧୀନ ପୋଲ ଉପରେ ଚଢ଼ି ଯାଇଥିଲେ । ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇ ନଥିଲା । ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଭାରସ୍ୟାମ ହରାଇ ୫୦ ଫୁଟ୍ ତଳକୁ ରାମଗଙ୍ଗା ନଦୀରେ ଖସି ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୨ ବନ୍ୟାରେ ରାମଗଙ୍ଗା ନଦୀ ଉପରେ ନିର୍ମିତ ଏହି ସେତୁର ଅଧା ଧୋଇ ହୋଇଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣା ପରେ ପରିବାର ଲୋକେ ପ୍ରଶାସନର ଅସାବଧାନତାକୁ ଦାୟୀ କରିଛନ୍ତି । ପୋଲ ଅଧା ତିଆରି ହୋଇ ରହିଥିଲା । ଏଥିରେ ଆରମ୍ଭ କିମ୍ବା ଶେଷରେ କୌଣସି ବ୍ୟାରିକେଡ୍ ବା ସିଗ୍ନାଲ ଦିଆ ଯାଇନଥିଲା । ଏହି ଅସାବଧାନାତା ଯୋଗୁ ୩ ଜଣଙ୍କର ଜୀବନ ଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732516012.jpg)