• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୁଲିବା ପାଇଁ ବାହାରିଥିଲେ, ରାସ୍ତାରୁ ଟାଣିନେଲା ଯମ । ହସଖୁସିର ମାହୋଲରେ ଖେଳିଗଲା ଶୋକର ଲହାରୀ । ଘାଟିରୁ କାର୍‌ ଖସି ଚାଲିଗଲା ୩ ଜୀବନ । କୋରାପୁଟ ପଟ୍ଟାଙ୍ଗୀର ଯୋଡ଼ିମାଦେଲି ଘାଟିରେ ଘଟିଛି କାର୍‌ ଦୁର୍ଘଟଣା । ଦୁର୍ଘଟଣାରେ ଗୁରୁତରଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି । କାରକୁ ଦେଖିଲେ ଦୁର୍ଘଟଣାର ଭୟାବହତା ଅନୁମାନ କରିହେଉଛି । 

ସୂଚନା ଅନୁସାରେ ଛତିଶଗଡ଼ ରାଜଗାଓଁରୁ ବିଶାଖାପାଟଣା ବୁଲିବାକୁ ଯାଉଥିଲେ ଗୋଟିଏ ପରିବାରର ୪ ଜଣ । ହୁଣ୍ଡାଇ କ୍ରେଟା ଗାଡିରେ ଶାଶୁ, ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ବୁଲି ବାହାରିଥିଲେ । ହେଲେ କିଏ ଜାଣିଥିବା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏଭଳି ଅଘଟଣ ଘଟିବ ।

ପଟ୍ଟାଙ୍ଗୀ ଥାନା ଯୋଡିମାଡ଼ିଲି ନିକଟ ଘାଟିରେ ପାଆନ୍ତା ୫ଟାରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଜୀବନ ଚାଲି ଯାଇଥିଲା, ଆଉ ଜଣେ ଗୁରୁତର ଥିବା ସୂଚନା ମିଳିଛି । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟପଟେ କାର୍‌ଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।