/odishatv-khabar/media/post_attachments/uploadimage/library/16_9/16_9_0/accident_1754453357.jpg)
accident
କେନ୍ଦୁଝର ଜିଲ୍ଲା ତେଲକୋଇରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ୍। ଏହି ଦୁର୍ଘଟଣା ଏତେ ଭୟଙ୍କର ତିଲା ଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
Advertisment
ମୃତକ ହେଉଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାହାଡାପଶି ଗାଁର ଟଙ୍କ ପାତ୍ର ଓ ତାଙ୍କ ପତ୍ନୀ ଓ ତାଙ୍କର ଏକ ୧୧ ବର୍ଷର ଝିଅ ବୋଲି ସୂଚନା ମିଳିଛି। ଖବା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଜନସନପୁର ଟୋଲଗେଟ୍ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ଏବଂ ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)