Advertisment

ରାସ୍ତାରେ ଛକିଥିଲା ଯମ...ମକର ସଜ ପାଇଁ ଯାଉଥିଲେ, ପ୍ରାଣ ହାରିଲେ

ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
Baripada Road Accident

Auto Accident

ସମୟ ଅପରାହ୍ନ ୨.୩୦...ନିର୍ଜନ ରାସ୍ତାରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ଯାତ୍ରୀବାହୀ ଅଟୋ। ମକର ସଂକ୍ରାନ୍ତି ଆସୁଥୁବାରୁ ସମସ୍ତେ ଖୁସିଥିଲେ। ନୂଆ ନୂଆ ଡ୍ରେସ କିଣିବା ସହ ଅନେକ ସାମଗ୍ରୀ କିଣିବା ଲାଗି ଯୋଜନା ବି କରୁଥିଲେ। ହେଲେ କେଇ ମୁହୂର୍ତ୍ତରେ ସବୁ ସ୍ୱପ୍ନ ଛାରଖାର ହୋଇଗଲା। ଖାଲି ଛାରଖାର ହେଲା ତାହା ନୁହେଁ ବରଂ ଚାହୁଁଚାହୁଁ ଅଧା ରାସ୍ତାରେ ଚାଲିଗଲା ୩ ଜଣଙ୍କ ପ୍ରାଣ। ଯେଉଁଠି ମକର ପାଇଁ ଉତ୍ସବର ସଜବାଜ ହେଉଥିଲା ସେଇଠି ଖେଳିଗଲା ଶୂନ୍ୟ ନିରବତା...ହସଖୁସି ମଧ୍ୟରେ ଶୁଭିଲା କାନ୍ଦ ବୋବାଳି। ଆଉ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅଟୋ ଦେଖିଲେ ସ୍ପଷ୍ଟ ଜଣାପଡିଯାଉଛି....

Advertisment

 ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାରିପଦା ପଟୁ ଏକ ପାଣି ବୋତଲ ବୋଝେଇ ପିକଅପ ଭ୍ୟାନ ସହ ଏକ ଅଟୋ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଛି । ଆଉ ଦୁର୍ଘଟଣା ଖବର ପାଇ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ୩ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଜଣେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଟୋରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ମକର ପାଇଁ ନୂଆ ଲୁଗାପଟା କିଣିବାକୁ ଯାଉଥିବା ବେଳେ ଏମିତି ଭୟାନକ ଘଟଣାର ସାମ୍ନା କରିଥିଲେ। ତେବେ ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି...

Advertisment

(ରିପୋର୍ଟ- ମାଣିକଲାଲ ପାଣି, ବାରିପଦା)

Road Accident Accident
Advertisment
Advertisment