• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଦୁର୍ଘଟଣା ନେଲା ଜୀବନ । ଘାଟିରୁ ଓଲଟି ପଡ଼ିଲା ବସ୍‌ । ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକାରେ ଏକ ଯାତ୍ରୀବାହୀ ପାହାଡ଼ୀ ରାସ୍ତାରୁ ତଳକୁ ଖସିପଡ଼ିଛି । ମାଗଦଲେନା ପେନାସ୍କୋ ସହରରେ ଘାଟିରୁ ୪୦ ଫୁଟ ତଳକୁ ବସ୍‌ ଖସି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ପୋଲିସ ସ୍ପଷ୍ଟ କରିଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ବସଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାରକାରୀ ଦଳ ।

ଓକ୍ସାକାର ଷ୍ଟେଟ୍ ପ୍ରସିକ୍ୟୁଟ୍ ବର୍ନାର୍ଡୋ ରୋଡ୍ରିଗଜଙ୍କ ସୂଚନା ଅନୁସାରେ, ପ୍ରାଥମିକ ଆକଳନ ଅନୁଯାୟୀ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ସହରର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

ନିୟନ୍ତ୍ରଣ ହରାଇଲେ ଗାଡ଼ି ଡ୍ରାଇଭର୍

ସିଟିଜେନ୍‌ ସିକ୍ୟୁରିଟି ଏଜେନ୍ସି ଅନୁସାରେ, ଆହତମାନଙ୍କୁଯେତେବେଳେ ହସ୍ପିଟାଲ ନିଆଯାଇଥିଲା, ସେହି ସମୟରେ ଅତିକମରେ ଛଅ ଜଣ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂସେମାନଙ୍କ ଅବସ୍ଥା ଗୁରୁତର ଥିଲା । ଏକ ସ୍ଥାନୀୟ ପରିବହନ କମ୍ପାନୀ ପକ୍ଷରୁ ଅପରେଟ୍‌ ହେଉଥିବା ବସଟି ମଙ୍ଗଳବାର (ଜୁଲାଇ ୪)ରେ ରାତିରେ ରାଜଧାନୀ ମେକ୍ସିକୋ ସିଟିରୁ ସାଣ୍ଟିୟାଗୋ ଡି ୟୋସୁଣ୍ଡୁଆ ସହର ଅଭିମୁଖେ ବାହାରିଥିଲା । ତଦନ୍ତକାରୀ ଅଫିସର୍‌ କହିଛନ୍ତି, ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସ୍‌ଟି ଦୁର୍ଭାଗ୍ୟବଶତ ୪୦ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଗଲା ।

ବସ୍‌ କାଟି ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲ ପଠାଇ ଦିଆଯାଇଛି । ଓକ୍ସାକାର ରାଜ୍ୟପାଳ ସଲୋମନ ଜାରା ଟ୍ୱିଟ୍‌ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ମାଗଦଲେନା ପେନାସ୍କୋ ସହରରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆମର ରେସ୍କ୍ୟୁ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି ।