/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701494279.jpg)
2 kills in car accident in pahala
ଗୋଟିଏପଟେ ଗତକାଲିଠୁ ରାଜ୍ୟରେ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ୍ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଉଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ସାମ୍ନାକୁ ଆସୁଛି । ଘଟଗାଁ ତାରିଣୀ ଦର୍ଶନ ପୂର୍ବରୁ ଗତକାଲି ଭୟାବହ ଦୁର୍ଘଟଣାରେ ଚାଲିଯାଇଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଦୁଇ ସଙ୍ଗାତ ପରିବାରର ୮ ଜଣଙ୍କ ଜୀବନ ।
ଏମିତି ଏକ ଭୟଙ୍କର ଦୁର୍ଘଟଣା ଗତକାଲି ପାହାଳରେ ଘଟିଛି । ଟ୍ରକ୍କୁ କାର୍ ଧକ୍କା ଦେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ କଟକରୁ ଭୁବନେଶ୍ୱର ଯାଉଥିଲେ । ଏହି ସମୟରେ ପାହାଳ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ କାର୍ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି ।
ଭୁବନେଶ୍ୱରରେ ଟ୍ରକକୁ ପିଟିଲା କାର୍, ୩ ମୃତ । ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।#Accident#Bhubaneswarpic.twitter.com/EI1DBCoREd
— ଓଟିଭି (@otvkhabar) December 2, 2023
ଗତକାଲି ଠାରୁ ସାରା ରାଜ୍ୟରେ ZERO FATALITY WEEK ପାଳନ ହେଉଛି । ଏଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । କିନ୍ତୁ ୨ ଦିନ ଭିତରେ ୧୨ଜଣଙ୍କ ଜୀବନ ଗଲାଣି । ଗତକାଲି ତିନିଟି ସ୍ଥାନରେ ରାସ୍ତା ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)