2 killed after bus hits hyva in Sundargarh
ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ସାଢ଼େ ୪ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ବସ୍ ମାଲିକ ସତ୍ୟ ପ୍ରକାଶ ନାୟକ ଓ ଜଣେ ଛୋଟ ଛୁଆ ଅଛନ୍ତି।
ଦୁର୍ଘଟଣା ପରେ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଆହତଙ୍କୁ ଜେପି ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବସ୍ ଡ୍ରାଇଭରଙ୍କୁ ଆଇଜିଏଚ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ୨ ଆହତ ଚିକିତ୍ସା ପରେ ଡିସ୍ଚାର୍ଜ ହୋଇଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍ ଆଜି ଭୋର ସାଢ଼େ ୪ଟା ସମୟରେ ଚାନ୍ଦିପୋଷ ନିକଟରେ ରାସ୍ତାରେ ଖରାପ ହୋଇ ପଡ଼ିଥିବା ଏକ ହାଇୱାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାସହ ୮ ଜଣ ଯାତ୍ରୀ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679884754.jpg)