Advertisment

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Koraput Road Accident

Accident

Advertisment

ଏମିତି ବି ଆସେ ମୃତ୍ୟୁ । ଯାଇଥିଲେ ବରଯାତ୍ରୀ, ଚାଳିଗଲା ଜୀବନ । ବରଯାତ୍ରୀ ଯିବା ହେଲା କାଳ । ବିବାହ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଧୀନ କାଳିଆଗୁଡା ନିକଟରେ ଏକ ବର ଯାତ୍ରୀ ଗାଡ଼ିର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବରଯାତ୍ରୀ ନାରାୟଣପାଟଣା ଅଞ୍ଚଳରୁ ଆସୁଥିବା ଜଣାପଡିଛି । ତେବେ ମୃତ୍ୟୁବରଣ କରିଥିବା ୨ ଜଣଙ୍କ ମଧ୍ୟରୁ କାହାରି ପରିଚୟ ମିଳିନଥିବା ବେଳେ ବର ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରିଛି ।

Advertisment
Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ