• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡ଼ି ୨ଜଣ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି । ନଦୀରେ ବୁଡ଼ ପକାଇବାକୁ ସାଙ୍ଗ ହୋଇ ଯାଇଥିବା ବେଳେ ୩ ଯୁବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି ।

ହେଲେ ଅନ୍ୟ ୨ ଜଣ କାଉଡ଼ିଆଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସେମାନେ ଏବେ ବି ନିଖୋଜ ରହିଛନ୍ତି । ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ କାଉଡ଼ିଆଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।

ଶ୍ରାବଣ ମାସ ଚାଲିଥିବାରୁ କାଉଡ଼ିଆମାନେ ମହାଦେବଙ୍କୁ ଜଳ ଲାଗି ପାଇଁ ନଦୀରେ ବୁଡ଼ ପକାଉଥିଲେ । ହେଲେ ବର୍ତ୍ତମାନ ଲଗାଣ ବର୍ଷା କାରଣରୁ ନଦୀରେ ଅଧିକ ପାଣି ଥିବାରୁ ଏହି ଅଘଟଣ ଘଟିଛି । ଅଗ୍ନିଶମର କର୍ମଚାରୀମାନେ ନିଖୋଜ କାଉଡିଆଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ।

  • Reported by:
  • Niranjan Behera