Advertisment

Accident: ଆଶ୍ଚର୍ଯ୍ୟ.. ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ସୁନା, ରୁପା ସହ ବିଡ଼ା ବିଡ଼ା ନୋଟ୍

ଆହତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ କାହିଁକି କାରରେ ଦ୍ରୁତ ଗତିରେ ପଳାଉଥିଲେ ସେନେଇ ସନ୍ଦେହ ବଢିଛି। ଗୋପାଳପୁର ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଗହଣା ଓ ନୋଟ୍ ବିଡ଼ା। ଯାହାକୁ ଦେଖି ପୋଲିସ ଓ ସ୍ଥାନୀୟ ଲୋକ କାବା॥ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।

Advertisment

ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ଜୁଣିଆ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଦ୍ରୁତଗତିରେ ପଳାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା କାର୍। ଦୁର୍ଘଟଣା ପରେ କାର୍ ଚାଳକ ଫେରାର ହୋଇଥିବା ବେଳେ ଦୁର୍ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

୨ ଆହତଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା l ପରେ କାର୍‌ ଚେକିଂ କରିଥିଲା ପୋଲିସ। କାର ରେ ଚେକିଂ ବେଳେ ନଗଦ ୨ ଲକ୍ଷ ୪୦ ହଜାର ଟଙ୍କା, ୪୬ ଗ୍ରାମର ସୁନା ଓ ୨୦୯ ଗ୍ରାମର ରୁପା ଅଳଙ୍କାର ମିଳିଥିଲା। ଆହତଙ୍କ ଘର ବାହାର ରାଜ୍ୟରେ ହୋଇଥିବା ବେଳେ କାହିଁକି କାରରେ ଦ୍ରୁତ ଗତିରେ ପଳାଉଥିଲେ ସେନେଇ ସନ୍ଦେହ ବଢିଛି। ଗୋପାଳପୁର ଥାନା ପୋଲିସ ଅଧିକ ଖୋଳତାଡ ଜାରି ରଖିଛି।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଅଘଟଣ; ପୋଲରେ ପିଟିହେଲା, ଜଳିଗଲା

Balasore Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ