Advertisment

Accident: ୨ଜଣଙ୍କ ମୃତ୍ୟୁ, ଯାତ୍ରାରେ ସାମିଲ ଥିଲେ ୫୦୦ରୁ ଅଧିକ ଲୋକ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଯୋଗୁଁ ୫୦ରୁ ୬୦ ଜଣ ଲୋକ ହଠାତ ତଳେ ପଡ଼ିଯାଇଥିଲେ । ରଥ, ଡିଜେ ଓ ଲାଇଟ୍ ଲାଗିଥିବା ଗାଡ଼ିଗୁଡ଼ିକରେ କରେଣ୍ଟ ପ୍ରବାହ ହୋଇଥିଲା । ଘଟଣାସ୍ଥଳ ନିକଟରେ ଏକ ସରକାରୀ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟ ଓ ଲାଇବ୍ରେରୀ ମଧ୍ୟ ରହିଛି।

Accident

Accident

Advertisment

କାଉଡିଆ ଯାତ୍ରାରେ ଅଘଟଣ । ରାଜସ୍ଥାନର ଅଲୱାର ଜିଲ୍ଲାର ଲକ୍ଷ୍ମଣଗଡ଼ ଅଞ୍ଚଳର ବିଚଗାଁୱା ଗାଁରେ କାଉଡିଆ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ପିକଅପ୍ ଗାଡ଼ି ୧୧ କେଭି ବିଦ୍ୟୁତ୍ ଲାଇନ୍ ସହ ଧକ୍କା ଖାଇଥିଲା, ଯାହା ଫଳରେ ତିନିଟି ଗାଡ଼ିରେ ବିଦ୍ୟୁତ ପ୍ରବାହ ହୋଇଥିଲା ।

Advertisment

ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୨୨ ବର୍ଷୀୟ ଗୋପାଳ ପ୍ରଜାପତ ଓ ୪୦ ବର୍ଷୀୟ ସୁରେଶ ପ୍ରଜାପତ । ସୁରେଶ ତାଙ୍କ ପୁଅ ଓ ବାପାଙ୍କ ସାମ୍ନାରେ ପ୍ରାଣ ତ୍ୟାଗ କରିଥିଲେ, ଆଉ ଗୋପାଳଙ୍କ ବିବାହ ମାତ୍ର ଚାରି ମାସ ପୂର୍ବେ ହୋଇଥିଲା।

ଅଧିକ ପଢନ୍ତୁ: ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଗଲେ ୫୦ରୁ ଉର୍ଦ୍ଧ୍ୱ ଲୋକ

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଯୋଗୁଁ ୫୦ରୁ ୬୦ ଜଣ ଲୋକ ହଠାତ ତଳେ ପଡ଼ିଯାଇଥିଲେ । ରଥ, ଡିଜେ ଓ ଲାଇଟ୍ ଲାଗିଥିବା ଗାଡ଼ିଗୁଡ଼ିକରେ କରେଣ୍ଟ ପ୍ରବାହ ହୋଇଥିଲା । ଘଟଣାସ୍ଥଳ ନିକଟରେ ଏକ ସରକାରୀ ବିଦ୍ୟାଳୟ, ଘରୋଇ ବିଦ୍ୟାଳୟ ଓ ଲାଇବ୍ରେରୀ ମଧ୍ୟ ରହିଛି।

ଏହି ଦୁର୍ଘଟଣା ଜେନେରେଟର ଥିବା ପିକଅପ୍ ଗାଡ଼ିଟି ହାଇ ଭୋଲଟେଜ ତାର ସହ ସଂସ୍ପର୍ଶରେ ଆସିବା ଯୋଗୁଁ ଘଟିଥିଲା, ଯାହା ପରେ ତିନୋଟି ଜୋରଦାର ବିସ୍ଫୋରଣ ହୋଇଥିଲା ଓ କରେଣ୍ଟ ଅନ୍ୟ ଗାଡିକୁ ବ୍ୟାପି ଯାଇଥିଲା।

Advertisment

ଜଣେ ବୃଦ୍ଧ ବ୍ୟକ୍ତି ସାହସ ଦେଖାଇ ବାଡ଼ି ଫିଙ୍ଗି ବିଦ୍ୟୁତ୍ ତାରକୁ ହଟାଇ ଦେଇଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଯାତ୍ରାରେ ୫୦୦ରୁ ଅଧିକ ଲୋକ ସାମିଲ ଥିଲେ।

ସ୍ଥାନୀୟ ଲୋକମାନେ ଏହି ଦୁର୍ଘଟଣା ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରୁଛନ୍ତି, କାରଣ ସମୟ ଥାଉ ଥାଉ ବିଦ୍ୟୁତ୍ ଲାଇନ୍ ବନ୍ଦ କରାଯାଇ ନଥିଲା। ଦୁର୍ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପ୍ରଶାସନ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।

ଅଧିକ ପଢନ୍ତୁ: ଭୂମିକମ୍ପରେ ଥରି ଉଠିଲା ଆଲାସ୍କା, ଲୋକେ ଭୟଭୀତ

Rajasthan Kanwar Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ