Accident
ମୟୂରଭଞ୍ଜ ଜିଲ୍ଲା ବାରିପଦା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ ଛୁରୁଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।। ଅଜଣା ଗାଡ଼ି ଧକ୍କାରେ ୨ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ଘର ଉତ୍ତର ପ୍ରଦେଶର ମେରଟ ଓ ହରିୟାଣା ହୋଇଥିବା ଜଣାଯାଇଛି।
ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ
ଆଜି ଭୋର ୫ଟା ସମୟରେ କୌଣସି କାମ ପାଇଁ ବାରିପଦାର ୫ ଜଣ ଶ୍ରମିକ ଟ୍ରାକ୍ଟର ଯୋଗେ ବାଲେଶ୍ୱର ଯାଉଥିଲେ। ଛୁରୁଣି ଛକରେ ନିକଟରେ ଏକ ଅଜଣା ଗାଡ଼ି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ୫ଜଣ ଶ୍ରମିକ ଛିଟିକି ତଳେ ପଡ଼ି ଯାଇଥିଲେ।
ଘଟଣାସ୍ଥଳରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1748403128.jpg)