Cuttack Paradip Accident
କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଭୟଙ୍କର ଦୁର୍ଘଟଣା। PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି। ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଚୁରମାର ହୋଇାଯାଇଛି ପୋଲିସ ଭ୍ୟାନ୍। କଟକ CRRI ଥାନା ପିସିଆର ପାଟ୍ରୋଲିଂ ବେଳେ, ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।
ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାକୁ ନେଇ ନାନା ସନ୍ଦେହ ଜାତ ହୋଇଛି। କାରଣ ପିସିଆର ଭ୍ୟାନଟିକୁ ରାସ୍ତା ଉପରେ କାଗଜ ଭଳି ଚାପି ନିଜେ ଓଲଟି ପଡ଼ିଛି ବାଲି ବୋଝେଇ ହାଇୱା। ପୋଲିସ ଆଜି ସକାଳୁ ଦୁର୍ଘଟଣାସ୍ଥଳକୁ ଆସି ଚୁରମାର ହୋଇଥିବା ପିସିଆଇର ଭ୍ୟାନକୁ ଉଦ୍ଧାର କରିଛି। ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ
ଅନ୍ୟପଟେ ଫାଙ୍କା ରାସ୍ତାରେ କିଭଳି ଘଟିଲା ଦୁର୍ଘଟଣା। କଟକ-ପାରାଦୀପ ରାସ୍ତାର ଗତିରାଉତ ପାଟଣାରେ PCR ଭ୍ୟାନକୁ ବାଲି ବୋଝେଇ ହାଇୱା ଧକ୍କା ଦେବା ଘଟଣାର ହେବ ପୁଙ୍ଖାନୁପୁଙ୍ଖ ତଦନ୍ତ। ରାସ୍ତା ଫାଙ୍କା ଥିଲା ବେଳେ କିଭଳି ଦୁର୍ଘଟଣା ହେଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ କମିଶନର। ଦୋଷୀ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ।
ସେପଟେ ଏହି ଅଘଟଣରେ ପ୍ରାଣ ହରାଇଥିବା ୨ଜଣ ପୋଲିସ୍ କର୍ମଚାରୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।...ଅନ୍ୟପଟେ ଦୁଇ ପୋଲିସ କର୍ମଚାରୀଙ୍କୁ ଆଜି ଗାର୍ଡ ଅଫ୍ ଅର୍ଡର ପ୍ରଦାନ କରାଯାଇଛି । ପୋଲିସ କମିଶନରଙ୍କ ଉପସ୍ଥିତିରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745289629.jpg)