Advertisment

Blast At Firecracker Factory: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଆଖି ପିଛୁଳାକେ ଚାଲିଗଲା ୧୭ ଜୀବନ...

ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ଆଖି ପିଛୁଳାକେ ଚାଲିଗଲା ୧୭ ଜଣଙ୍କ ଜୀବନ। ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା।

ଅଦ୍ୟତନ ହୋଇଛି
Blast At Firecracker Factory

Blast At Firecracker Factory

Advertisment

ଭୟଙ୍କର ଦୁର୍ଘଟଣା । ବାଣ ଗୋଦାମରେ ବଡ଼ ଧରଣର ବିସ୍ଫୋରଣ । ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ଆଖି ପିଛୁଳାକେ ଚାଲିଗଲା ୧୭ ଜଣଙ୍କର ଜୀବନ। ସବୁ ଜଳି ପୋଡ଼ି ହୋଇଗଲା ପାଉଁଶ । ବିସ୍ଫୋରଣ ଏତେ ଭୟଙ୍କର ଥିଲେ ଯେ ଭୁଶୁଡ଼ି ପଡ଼ିଲା ଗୋଦାମ । ସବୁକିଛି ହୋଇଗଲା ଛାରଖାର । 

Advertisment

ଏଭଳି ଭୟଙ୍କର ଘଟଣା ଆଜି ଗୁଜୁରାଟର ଦୀସାର ଅଞ୍ଚଳରେ ଘଟିଛି। ଏପର୍ଯ୍ୟନ୍ତ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ: କଟକରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ସୁଟକେସ ସୋ'ରୁମ

ଜିଲ୍ଲା କଲେକ୍ଟର ମିହିର ପଟେଲଙ୍କ ସୂଚନା ଅନୁଯାୟୀ, ଦିପକ ଟ୍ରେଡର୍ସରେ ବିସ୍ଫୋରଣ ଘଟିବା ପରେ ଚାରି ଆଡ଼େ ନିଆଁ ଲାଗି ଯାଇଥିଲା। ଯାହାଫଳରେ କାରଖାନାର ଅନେକ ଅଂଶ ଭୁଶୁଡ଼ି ପଡ଼ିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ଏତେ ସଂଖ୍ୟାରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଘଟଣା ଘଟିବା ପରେ ଦୀସା ପୌରପାଳିକାର ଅଗ୍ନିଶମ କର୍ମଚାରୀମାନେ ଓ ୧୦୮ ଆମ୍ବୁଲାନ୍ସ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ବିସ୍ଫୋରଣ ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ଏସ୍‌ଡିଆର୍‌ଏଫ୍‌ର (SDRF) ଏକ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। 

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

Gujarat Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ