Advertisment

ପୋଖରୀକୁ ଖସିଲା ବସ୍‌, ଗାଡ଼ିରେ ଥିଲେ ୭୦ ଜଣ ଯାତ୍ରୀ...

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
17 killed as bus plunges into pond in Bangladesh

17 killed as bus plunges into pond in Bangladesh

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସ୍‌ ପୋଖରୀକୁ ଖସି ପଡ଼ିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ଧରି ‘ବସର୍‌ ସ୍ମୃତି ପରିବହନ’ ନାମକ ଏକ ବସ୍‌ ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଡ୍ରାଇଭର ଏକ ଅଟୋକୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ଥିଲେ। ଫଳରେ ବସ୍‌ଟି ଝଲାକାଠି ଛତ୍ରକୋଣ୍ଡା ନିକଟରେ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା।

ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଭିତରୁ ମୃତାହତଙ୍କୁ ବାହାର କରିଥିଲେ। ଖବରପାଇ ଉଦ୍ଧାରକାରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। 

Advertisment
Accident
Advertisment
Advertisment