Advertisment

ପୋଖରୀକୁ ଓଲଟି ପଡ଼ିଲା ଟ୍ରଲି, ଚାଲିଗଲା ୧୫ ଶ୍ରଦ୍ଧାଳୁଙ୍କ ଜୀବନ

ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
A tractor-trolley plunged into a pond

A tractor-trolley plunged into a pond

ପୋଖରୀକୁ ଓଲଟି ପଡିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ଟ୍ରଲି । ଏଥିରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶ କାସଗଞ୍ଜରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । କାମଗଞ୍ଜ ଗ୍ରାମୀଣ ପୋଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ କାସଗଞ୍ଜର ପଟିୟାଲୀ ଦରିଆଓ୍ବଗଞ୍ଜ ମାର୍ଗରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା । ଫଳରେ ସମସ୍ତେ ପାଣି ଭିତରି ପଡିଯିବା ସହ ଟ୍ରଲି ତଳେ ଚାପି ହୋଇଯାଇଥିଲେ ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ। ମାତ୍ର ସେତେବେଳକୁ ୧୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନଙ୍କୁ ଉଦ୍ଧାର ପରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଏଟା ଜିଲ୍ଲାର କହା ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

Advertisment

ଏହି ଦୁର୍ଘଟଣା ପରେ ଶୋକ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତୁରନ୍ତ ଘଟଣାସ୍ଥଳରୁ ଯାଇ ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Devotees Accident Ganga River
Advertisment
Advertisment