Advertisment

ରୁଦ୍ରପ୍ରୟାଗ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରରେ ଖାଇକୁ ଟ୍ରାଭେଲର ଗାଡ଼ି ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Accident

Accident

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରରେ ଖାଇକୁ ଟ୍ରାଭେଲର ଗାଡ଼ି ଖସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଅନ୍ୟ ଗୁରୁତରଙ୍କର ଚିକିତ୍ସା ଚାଲିଛି । ଗତକାଲି ଏକ ମିନି ବସ୍‌ ବଦ୍ରିନାଥ ଜାତୀୟ ରାଜପଥରେ ଯାଉଥିଲା । ଏଥିରେ ୨୬ ଜଣ ଯାତ୍ରୀ ଥିଲେ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଏହି ଦୁର୍ଘଟଣାର ଶିକାର ହୋଇଥିଲା। ଭାରସ୍ୟାମ ହରାଇ ଏହି ଗାଡ଼ିଟି ଖାଇକୁ ଖସିଯାଇ ସିଧା ଅଳକାନନ୍ଦା ନଦୀ ଗର୍ଭରେ ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁବରଣ କରିଥିବା ୧୪ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ସୂଜନା ମିଳିଛି ।

Advertisment

ତେବେ ଆହତମାନେ ଏବେ ବି ଚିକିତ୍ସାଧୀନ ଅଛନ୍ତି । ୮ ଜଣଙ୍କୁ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ଆଉ ୪ ଜଣଙ୍କୁ ଋଷୀକେଶ୍‌ ଏମ୍ସ ପଠାଯାଇଛି । ସେପଟେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ସେହିପରି ଗୁରୁତର ଆହତଙ୍କୁ ୪୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ ୨୬ ଜଣ ଯାତ୍ରୀଙ୍କୁ ନେଇ ଏହି ଗାଡ଼ିଟି ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଦିଲ୍ଲୀ ଛାଡ଼ିଥିଲା । ଏମାନେ ନୂଆଦିଲ୍ଲୀରୁ ଚୋପଟା-ତୁଙ୍ଗନାଥ-ଚନ୍ଦ୍ରଶିଲା ଟ୍ରେକିଂ ପାଇଁ ଯାଉଥିଲେ ବୋଲି କୁହାଯାଉଛି । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗତକାଲି ପୂର୍ବାହ୍ନ ୧୧ଟାରେ ରୁଦ୍ରପ୍ରୟାଗଠାରୁ ୫ କିମି ଦୂର ରଇତୋଲିରେ ଏହି ଦୁର୍ଘଟଣା ହୋଇଥିଲା । ଭାରସ୍ୟାମ ହରାଇ ଏହି ଗାଡ଼ିଟି ଖାଇକୁ ଖସିଯାଇ ସିଧା ଅଳକାନନ୍ଦା ନଦୀ ଗର୍ଭରେ ପଡ଼ିଥିଲା ।

Advertisment

ଦୁର୍ଘଟଣା ନେଇ ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣା ପଛର କାରଣ କ’ଣ ଏଯାବତ ଜଣାପଡ଼ିନି।

ସେପଟେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉତ୍ତମ ମେଡିକାଲ ଚିକିତ୍ସା ପ୍ରଦାନ କରିବାପାଇଁ ଧାମୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Road Accident Uttarakhand
Advertisment
Advertisment