Advertisment

୨୦ ଘଣ୍ଟାର ପରିଶ୍ରମ ପରେ ପୋଲ ସନ୍ଧିରୁ ଉଦ୍ଧାର ହେଲା ନାବାଳକ

ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Bihar Borewell Rescue

12 year old child who got trapped in the foot of bridge has been rescued

ବିହାର ରୋହତାସରେ ପୋଲ ର ସ୍ଲାବ ଓ ପିଲାର ମଧ୍ୟରେ ଫସିଯାଇଥିବା ୧୧ ବର୍ଷର ବାଳକ ମଧ୍ୟ ପ୍ରାଣ ହରାଇଛି। ବିହାର ନସିରଗଂଜ-ଦାଉଦନଗର ଅଂଚଳରେ ଥିବା ସୋନ୍ ବ୍ରିଜରେ ଏହି ଅଘଟଣ ଘଟିଥିଲା। ବ୍ରିଜର ପିଲାର ଏବଂ ସ୍ଲାବ ମଧ୍ୟରେ ଫସିରହିଥିଲା ୧୧ବର୍ଷୀୟ ରଂଜନ କୁମାର ଶାହ। ଏନଡିଆରଏଫ୍ ଟିମ୍ ପ୍ରଥମେ ପିଲାରକୁ କାଟି ନାବାଳକକୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ। ତେବେ ଏଥିରେ ସଫଳତା ନମିଳିବାରୁ ପରେ ଆପ୍ରୋଚ୍ ରୋଡର ସ୍ଲାବକୁ ବାହାର କରାଯାଇ ପିଲାଟିକୁ ଉଦ୍ଧାର କରିଯାଇଥିଲା। ତେବେ ହସପିଟାଲରେ ତାର ମୃତ୍ୟୁ ହୋଇଛି।

Advertisment

ପୋଲ ଉପରେ ଯିବା ବେଳେ ନାବାଳକ ଜଣକ ଦୁଇ ପିଲର ମଧ୍ୟରେ ଖସିପଡିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ପ୍ରଶାସନ NDRF ସହାୟତାରେ ଉଦ୍ଧାର କାମ ଆରମ୍ଭ କରିଥିଲା ପିଲାରରେ ଫସି ରହିଥିବା ନାବାଳକ ଜଣକ ଖରିଆଓଁ ପଞ୍ଚାୟତର ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର ଶାହ ବୋଲି ଜଣାପଡିଛି। ତେବେ ନାବାଳକଜଣକ ମାନସିକ ବିକାରଗ୍ରସ୍ତ ଓ ଦୁଇ ଦିନ ପୂର୍ବେ ସେ ଘରୁ ଚାଲିଆସିଥିବା ତାଙ୍କ ବାପା କହିଛନ୍ତି।

Advertisment

ସେପଟେ ୫୫ ଘଣ୍ଟା ପରେ ଉଦ୍ଧାର ହୋଇଛି ବୋରୱେଲ ଭିତରେ ଖସିପଡ଼ିଥିବା ଅଢେଇ ବର୍ଷର ଶିଶୁ କିନ୍ତୁ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ବୋରୱେଲ ଭିତରେ ଖସିପଡ଼ିଥିବା ଅଢେଇ ବର୍ଷର କୁନି ଝିଅକୁ ଉଦ୍ଧାର ପାଇଁ ଚାଲିଥିଲା ଉଦ୍ୟମ । ଗଭୀର ବୋରୱେଲ ତଳକୁ ଖସିପଡ଼ିଥିଲା କୁନି ଝିଅ । ସ୍ଥାନୀୟ ପ୍ରଶାସନ, ବାୟୁ ସେନା, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଝିଅକୁ ଉଦ୍ଧାର ପାଇଁ ଅପରେସନ ଚଳାଇଥିଲେ। 

Borewell
Advertisment
Advertisment