LPG cylinder explodes
ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ରୋଷେଇ ଚାଲିଥିବା ବେଳେ, ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ହୋଇ ପ୍ରଥମେ ନିଆଁ ଲାଗିଥିଲା । ସାହି ପଡୋଶୀଙ୍କୁ ଡାକି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ, ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା ।
ଏହି ବିସ୍ଫୋରଣ ଫଳରେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଗଞ୍ଜାମ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ୪ ଜଣ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712630628.jpg)