Advertisment

ବାହାଘର ଭୋଜିରେ ବଡ଼ ଅଘଟଣ: ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୦୦ ଜଣ

ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍‌ରେ ନିଆଁ ଲାଗି ଯିବା ଯୋଗୁ ବଡ଼ ଅଘଟଣ ଘଟିଛି। ଜୀଅନ୍ତା ଜଳିଗଲେ ୧୦୦ ଜଣ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
100 Killed In Fire During Wedding In Iraq

100 Killed In Fire During Wedding In Iraq

ଜୀଅନ୍ତା ଜଳିଗଲେ ୧୦୦ ଜଣ। ବାହାଘର ଭୋଜି ଚାଲିଥିବା ବେଳେ ୱେଡିଂ ହଲ୍‌ରେ ନିଆଁ ଲାଗି ଯିବା ଯୋଗୁ ଏହି ବଡ଼ ଅଘଟଣ ଘଟିଛି। ଇରାକ ସହରର ହାମ୍‌ଦାନିୟାରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୫୦ରୁ ଅଧିକ ଲୋକ ଏଥିରେ ଗୁରୁତର ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ବର ଓ କନ୍ୟା ମଧ୍ୟ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛିା ସୂଚନା ଅନୁସାରେ, ଗତକାଲି ରାତିରେ ବିବାହ ପରେ ରିସେପସନ୍ ପାର୍ଟି ଚାଲିଥିଲା। ଏହି ସମୟରେ ବିବାହ ଆୟୋଜନ ହୋଇଥିବା ଟେଣ୍ଟ ଭିତରେ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲେ।

ଏଥିରୁ ନିଆଁ ଲାଗିବା ପରେ ପୁରା ଟେଣ୍ଟ ଓ ଭୋଜି ହୋଇଥିବା ସ୍ଥାନ ଜଳି ଯାଇଥିଲା। ଖବରପାଇ ଇରାକ ଅଗ୍ନିଶମବାହିନୀ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Advertisment
Fire Mishap
Advertisment
Advertisment