Advertisment

Bhadrak Road Accident: ବସ୍‌କୁ ଧକ୍କା ଦେଲା କଣ୍ଟେନର; ୧୦ ତୀର୍ଥଯାତ୍ରୀ ଆହତ

ବସ୍‌ରେ ୬୦ରୁ ଅଧିକ ତୀର୍ଥଯାତ୍ରୀଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

ଅଦ୍ୟତନ ହୋଇଛି
Bhadrak Road Accident

Road Accident

Advertisment

ଭଦ୍ରକରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ କଣ୍ଟେନରଟି ତୀର୍ଥଯାତ୍ରୀଙ୍କ ବସକୁ ପ୍ରଥମେ ଧକ୍କା ଦେବା ପରେ ପୁଣି କଣ୍ଟେନରଟି ପିଟିଛି। ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Advertisment

୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଟାଟାରୁ ପୁରୀ ଯାଉଥିଲା। ଛତାବର ନିକଟରେ ଟାୟାର ବଦଳାଉଥିବା ବେଳେ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ପଛର ପଛକୁ ଧକ୍କା ଦେଇଥିଲା।

ଅଧିକ ପଢ଼ନ୍ତୁ:  ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍‌

ପରେ ପୁଣି ପଛରେ ଆସୁଥିବା କଣ୍ଟେନରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର ପ୍ରଥମେ ଭଣ୍ଡାରୀପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ବସ୍‌ରେ ୬୦ରୁ ଅଧିକ ତୀର୍ଥଯାତ୍ରୀଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

Road Accident Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ